Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଉଜୁଡ଼ା ବିଲରେ ନିଆଁ ଲଗାଇଲେ ଚାଷୀ

    Share on :
    ajab-Image
    Date: Nov 6, 2019    Views: 30

    ବିନିକା:  ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ନିଜ ବିଲରେ ନିଆଁ ଲଗାଇ ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଚୁଲିମାଲ ଗାଁର ଚାଷୀ ମହାଦେବ ଭୋଇ ନିଜ ଜମିରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି ।  ଅଧ ଏକର ପରିମିତ ଧାନ  ଜମିରେ  ମହାଦେବ ନିଆଁ ଲଗାଇ ଦେଇଛନ୍ତି ।  ଲିଫ୍ଟ ପଏଣ୍ଟରେ ପାଣି ନଆସିବାରୁ ଚାଷ ଉଜୁଡ଼ିଯାଇଥିବା ସେ ଅଭିଯୋଗ କରିଛନ୍ତି ।  ଗତ ବର୍ଷ ମଧ୍ୟ ମହାଦେବଙ୍କର ୧୦ ଏକର ଫସଲ ଚକଡ଼ା ଚରି ଦେଇଥିଲେ ।  ଏନେଇ ଲିଖିତ ଆବେଦନ ପରେ ମଧ୍ୟ ଗତ ବର୍ଷର କ୍ଷତିପୂରଣ ପାଇନଥିବା ମହାଦେବ କହିଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook