Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ବିଶେଷ

ମୁଖ୍ୟ ଖବର

    ନିଜ ଉପରେ ଜରିମାନା ଲଗାଇଲେ ଜିଲ୍ଲାପାଳ

    Share on :
    ajab-Image
    Date: Nov 7, 2019    Views: 485

    ଲକ୍ଷ୍ନୌ : କୌଣସି ଜିଲ୍ଲାର ଜିଲ୍ଲାପାଳ ଆଇନ ଭଙ୍ଗକୁ ନେଇ ଅନ୍ୟ କାହା ଉପରେ ଜରିମାନା ଲଗାଇଥିବା କଥା ସମସ୍ତେ ଶୁଣିଥିବେ । କିନ୍ତୁ ଜଣେ ଜିଲ୍ଲାପାଳ ନିଜ ଉପରେ ଜରିମାନା ଲଗାଇବା କଥା କେହି ପୂର୍ବରୁ ଶୁଣିନଥିବେ । ହେଲେ ଏବେ ୟୁପିରେ ଏପରି ଘଟିଛି । ରାଜ୍ୟର ଗାଜିଆବାଦ ଜିଲ୍ଲାର ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ତାଙ୍କ କାର୍ଯ୍ୟାଳୟରେ ପାଣି ନଷ୍ଟ ହେବାକୁ ନେଇ ନିଜ ସହିତ ସମସ୍ତ କର୍ମଚାରୀଙ୍କ ଉପରେ ୧୦,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି । ରିପୋର୍ଟ ଅନୁଯାୟୀ ଗାଜିଆବାଦ ଜିଲ୍ଲାପାଳ ପାଣ୍ଡେ ଜଣେ ସଚ୍ଚୋଟ ଅଫିସର ଭାବେ ବେଶ ପରିଚିତ । ସେ ନିଜ କାର୍ଯ୍ୟାଳୟ ନିଜେ ସଫା କରିଥାନ୍ତି । ସବୁ ଦିନ ସକାଳ ୯ ଟା ୩୦ ମିନିଟରେ କାର୍ଯ୍ୟାଳୟ ପହଞ୍ଚିଯାନ୍ତି । ସେ ଗତକାଲି ନିଜ କାର୍ଯ୍ୟାଳୟରେ ପହଞ୍ଚି ତାକୁ ସଫା କରିଥିଲେ । ପରେ ସେ ବିଶ୍ରାମ କକ୍ଷକୁ ଗଲେ । ଏହି ସମୟରେ ସେ ପାଣି ପଡୁଥିବାର ଶବ୍ଦ ଶୁଣି କର୍ମଚାରୀଙ୍କ ଠାରୁ ଏହାର କାରଣ ଜାଣିବାକୁ ଚାହିଁଲେ । କର୍ମଚାରୀମାନେ ସୂଚନା ଦେଲେ କି କାର୍ଯ୍ୟାଳୟ ଉପରେ ଥିବା ପାଣି ଟାଙ୍କିରୁ ପାଣି ପଡ଼ୁଛି । ପାଣ୍ଡେ ଜାଣିବାକୁ ପାଇଲେ ଯେ ଟାଙ୍କି ୧୦ ମିନିଟ ହେଲା ଭର୍ତ୍ତି ହେବା ପରେ ଏଭଳି ଓଭର ଫ୍ଲୋ ହେଉଛି । ସେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଭଳି ଭାବେ ପାଣି ନଷ୍ଟ କରୁଥିବାରୁ ଉକ୍ତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଦଣ୍ଡିତ ହେବା ଦରକାର ବୋଲି ମତ ଦେଇଥିଲେ । ଏହା ପରେ ସେ ସମସ୍ତ କର୍ମଚାରୀ ଏବଂ ନିଜ ଉପରେ ସାମୂହିକ ଭାବେ ୧୦,୦୦୦ ଟଙ୍କା ଜରିମାନା ଲଗାଇଥିଲେ ।

    Maximum 500 characters

    ବିଶେଷ View all

    Find Us on Facebook