Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ରହିଛି..

    Share on :
    ajab-Image
    Date: Jan 31, 2020    Views: 2387

    ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ।  ୫ ଟ୍ରିଲିୟନ ଅର୍ଥନୀତି ପାଇଁ ପଦକ୍ଷେପ ସମ୍ପର୍କରେ ଉକ୍ତ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି । ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ରୁ ୬.୫% ମଧ୍ୟରେ ରହିବ  । ଉକ୍ତ ରିପୋର୍ଟରେ କ’ଣ ରହିଛି ଜାଣନ୍ତୁ-

    ୧-  ୫ ଟ୍ରିଲିୟନ ପାଇଁ ବାଣିଜ୍ୟ ସହାୟକ ପଲିସିକୁ ଗୁରୁତ୍ୱାରୋପ
    ୨- ନୂଆ ଉଦ୍ୟୋଗୀଙ୍କୁ ସମାନ ସୁବିଧା ସୁଯୋଗ ଦେବାକୁ ଗୁରୁତ୍ୱ
    ୩- ଇଜ ଅଫ ଡୁଇଂରେ ସୁସ୍ଥ ପ୍ରତିଯୋଗିତା, ଅଧିକ ନିଯୁକ୍ତି ସୁଯୋଗକୁ ଗୁରୁତ୍ୱ
    ୪- ବ୍ୟବସାୟ ବିରୋଧୀ ଅନାବଶ୍ୟକ ଆଇନ ଉଚ୍ଛେଦ ଉପରେ ଗୁରୁତ୍ୱ
    ୫- ଚଳିତ ଅର୍ଥନୈତିକ ସର୍ଭେର ଥିମ- ୱେଲଥ କ୍ରିଏସନ ବା ସମ୍ପଦ ସୃଷ୍ଟି 

    6- ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରିବାର ଲକ୍ଷ୍ୟ ରହିଛି। 

    ରିପୋର୍ଟରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷରେ ଟିକସ ସଂଗ୍ରହ ହ୍ରାସ ହୋଇପାରେ। ଜିଏସଟିରୁ ସରକାରଙ୍କ ପାଣ୍ଠି ସଂଗ୍ରହ ବଢ଼ିବା ଆଶା ରହିଛି। କିନ୍ତୁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ୫% ହାରରେ ବୃଦ୍ଧି ପାଇବ। ବିଶ୍ଵରେ ଭାରତ ଏକ ପ୍ରମୁଖ ଦେଶ ଭାବେ ପରିଗଣିତ ହେଉଛି। ମାନ୍ଦାବସ୍ଥାରୁ ମୁକୁଳିବା ଲାଗି ସରକାରଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ହେବ। ଅଭିବୃଦ୍ଧିକୁ ବଢ଼ାଇବା ଲାଗି କିଛି ନିୟମ କୋହଳ କରିବାକୁ ହେବ। ବିଶ୍ଵ ଅଭିବୃଦ୍ଧି ଦୁର୍ବଳ ଯୋଗୁ ଭାରତ ବି ପ୍ରଭାବିତ ହେଉଛି। ଆର୍ଥିକ କ୍ଷେତ୍ରରେ ରହିଥିବା ସମସ୍ୟା ଯୋଗୁ ନିବେଶ ପରିମାଣ ହ୍ରାସ ପାଇଛି, ଫଳରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି କମିଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରିବାର ଲକ୍ଷ୍ୟ ରହିଛି। ଛୋଟ ଛୋଟ ଉଦ୍ୟୋଗଗୁଡ଼ିକ ପାଇଁ ସରକାର ଋଣ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ସଡ଼କ ଏବଂ ଜାତୀୟ ରାଜପଥରେ ନିବେଶ ୩ଗଣ ବୃଦ୍ଧି ପାଇଛି। ଦେଶରେ ୯୫ ପ୍ରତିଶତ ବାଣିଜ୍ୟ ସମୁଦ୍ର ପଥରେ ହୋଇଥାଏ। ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ୨ କୋଟି ୬୨ ଲକ୍ଷ ଆଶାୟୀଙ୍କୁ ଚାକିରି ଦିଆଯାଇଛି। ଭାରତୀୟ ରେଲୱେ ବିଶ୍ଵରେ ସବୁଠାରୁ ଅଧିକ ଯାତ୍ରୀ ପରିବହନ କରିଥିବା ରେକର୍ଡ କରିଛି। ଏହି ସମୟରେ ୧୨୦ କୋଟି ଟନ୍‌ ସାମଗ୍ରୀ ଏବଂ ୮୪୦ କୋଟି ଯାତ୍ରୀ ଟ୍ରେନ ଯାତ୍ରା କରିଛନ୍ତି।

    7-ଛୋଟ ଛୋଟ ଉଦ୍ୟୋଗଗୁଡ଼ିକ ପାଇଁ ସରକାର ଋଣ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ।

    Maximum 500 characters

    ଅର୍ଥନୀତି View all

    Find Us on Facebook