Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପଞ୍ଚାୟତିରାଜ, ପୌରପାଳିକାକୁ ୩୩୪୫ କୋଟି ଅନୁଦାନ

    Share on :
    ajab-Image
    Date: Feb 12, 2020    Views: 3145

    ଭୁବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ ଓଡ଼ିଶାର ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ପୌରପାଳିକାକୁ ୩,୩୪୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିବ  । ସେଥିମଧ୍ୟରୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ୨,୨୫୮ କୋଟି ଟଙ୍କା ଓ ପୌରପାଳିକା ଗୁଡ଼ିକୁ ୧,୦୮୭ କୋଟି ଟଙ୍କା ଦିଆଯିବ ।
    ସେହିଭଳି ବିଗତ ବର୍ଷ ଗୁଡ଼ିକ ଭଳି ଏଣିକି ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଦାନ କେବଳ ଗ୍ରାମ ପଞ୍ଚାୟତରେ ସୀମିତ ରହିବ ନାହିଁ । ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମଧ୍ୟ ଏଥିରୁ ଅର୍ଥ ଆବଣ୍ଟନ କରାଯିବ । ପଞ୍ଚଦଶ ଅର୍ଥ କମିସନ ୨୦୨୦-୨୧ ପାଇଁ ପ୍ରସ୍ତୁତ କରିଥିବା ନିଜର ଅନ୍ତରୀଣ ରିପୋର୍ଟରେ ଏମିତି ସୁପାରିଶ କରିଛନ୍ତି ।
    କମିସନ ନିଜ ରିପୋର୍ଟରେ କହିଛନ୍ତି, ଚତୁର୍ଦ୍ଧଶ ଅର୍ଥ କମିଶନ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ କେବଳ ଗ୍ରାମ ପଞ୍ଚାୟତକୁ କେନ୍ଦ୍ରୀୟ ଅନୁଦାନ ଦିଆଯାଇଥିଏେ । କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାର ସବୁ ସ୍ତରରେ ଦୀର୍ଘସ୍ଥାୟୀ ସାମାଜିକ ସମ୍ପତ୍ତି ସୃଷ୍ଟି ସହ ସେମାନଙ୍କ କାର୍ଯ୍ୟାବଳିରେ ସୁଧାର ଆଣିବାର ଆବଶ୍ୟକତା ରହିଛି । ଏଥିପାଇଁ ବ୍ୟବସ୍ଥାର ସବୁ ସ୍ତରକୁ ଅନୁଦାନ ପାଇଁ ସୁପାରିଶ କରାଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ମିଳିଥିବା ଅନୁଦାନରୁ ୭୦% ଣୁ ୮୫% ଯାଏଁ ଗ୍ରାମ ପଞ୍ଚାୟତକୁ ମିଳିବ । ୧୦% ରୁ ୨୫% ଯାଏଁ ପଞ୍ଚାୟତ ସମିତିକୁ ମିଳିବାକୁ ଥିବା ବେଳେ ୫% ରୁ ୧୫% ପର୍ଯ୍ୟନ୍ତ ଅନୁଦାନ ଜିଲ୍ଲା ପରିଷଦଗୁଡ଼ିକୁ ଆବଣ୍ଟନ ହେବ ।
    ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପୌରପାଳିକାର ଅନୁଦାନ ଅଂଶରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି ପଞ୍ଚଦଶ ଅର୍ଥ କମିସନ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook