Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫିଫା ବିଶ୍ୱକପ: ଭୁବନେଶ୍ୱର ସେମି ଫାଇନାଲ

    Share on :
    ajab-Image
    Date: Jun 24, 2020    Views: 4116

    ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ ଚଳିତ ବର୍ଷ ନଭେମ୍ବର ୨ ତାରିଖରୁ ଆରମ୍ଭ ହେବାର ଥିଲା । ଭେନୁ୍ୟ ଓ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ କରୋନା ବା କୋଭିଡ ୧୯ ର ସଂକ୍ରମଣ ଯୋଗୁଁ ବିଶ୍ୱକପକୁ ଆସନ୍ତା ବର୍ଷ ଫେବୃୟାରୀ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ଫିଫା ପକ୍ଷରୁ ଟୁର୍ଣ୍ଣାମେଣ୍ଟର ପୁନଃ ସୂଚୀ ଘୋଷଣା କରାଯାଇଛି । ବିଶ୍ୱକପ୍‍ ଫେବୃୟାରୀ ୧୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ଫେବୃୟାରୀ ୧୭,୨୦ ଓ ୨୩ ତାରିଖରେ ଖେଳାଯିବ । ଗ୍ରୁପ ବି’ର ତିନିଟି ଏବଂ ଗ୍ରୁପ ଏ’ର ଗୋଟିଏ ମ୍ୟାଚ ଭୁବନେଶ୍ୱରରେ ଖେଳାଯିବ । ସେମିତି କ୍ୱାଟର ଫାଇନାଲ ୨୮ ତାରିଖ ଏବଂ ସେମି ଫାଇନାଲ ମାର୍ଚ୍ଚ ୩ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ୧୬ଟି ଦଳକୁ ନେଇ ମୋଟ ୩୨ଟି ମ୍ୟାଚ ଖେଳାଯିବ । ପ୍ରଥମ ଦିବସରେ ଉଭୟ ଭୁବନେଶ୍ୱର ଓ ଗୌହାଟୀରେ ମ୍ୟାଚ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook