Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ମହାମାରୀର ଭୟ ନା ଭୟର ମହାମାରୀ

    Share on :
    ajab-Image
    Date: Apr 12, 2020    Views: 2473

     

    ମନୋଜ କୁମାର ମିଶ୍ର ,ମାଷ୍ଟର ପଡ଼ା,ଫୁଲବାଣୀ

    ଏମିତି ଅନେକ ପରିସ୍ଥିତି ଆସେ , ଯେଉଁଠି ଆମକୁ ଲାଗେ ଦୁନିଆ ଏବେ ହିଁ ସମାପ୍ତ ହେବାକୁ ଅଛି l ମହାମାରୀ ଏହିପରି ଏକ ଦୁର୍ବିପାକ ଯାହାକି- ସାର୍ଶ ହେଉ ବା ସ୍ପାନିସ ଫ୍ଲୁ ଅଥବା କରୋନା ଭାଇରସ l  ଯେଉଁ ଭଳି ଭାବେ ଏହି ମହାମାରୀ ବଢିବାକୁ ଲାଗେ ଆମର ଭୟ ମଧ୍ୟ ତାହା ସହିତ ଅଧିକ ବଢିବାକୁ ଲାଗେ l  ଏବେ ଦୁଇଟି କଥା ଏକା ଥରକରେ ହୁଏ, ଗୋଟିଏ ପଟେ ମହାମାରୀର ଭୟ ଆଉ ଅନ୍ୟ ପଟେ ଭୟର ମହାମାରୀ l ଗୋଟିଏ ମହାମାରୀ ସହ ଲଢ଼ିବା ପାଇଁ ଆମକୁ ଦୁହିଁଙ୍କ ପ୍ରତି ଧ୍ୟାନ ଦେବାକୁ ହେବ l
    ଯେବେ କୌଣସି ମହାମାରୀ ବ୍ୟାପିବାକୁ ଲାଗେ ସେତେବେଳେ ବୈଜ୍ଞାନିକ ଓ ଚିକିତ୍ସକ ମାନେ ଆମେ କଣ କରିବା ଦରକାର ଓ କଣ ନକରିବା ଦରକାର ସେ ବିଷୟରେ ଆମକୁ କହିଥାନ୍ତି l ଯେପରିକି କରୋନା ଭାଇରସର ସଂକ୍ରମଣ ସମୟରେ ଆମକୁ କୁହାଯାଇଛିକି ଆମେ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ,ଭିଡ଼ରୁ ଦୂରରେ ରହିବା,ଏକ ମିଟର ଦୂର ବ୍ୟବଧାନ ରଖିବା ଏପରିକି ଅତିଜରୁରୀ ନଥିଲେ ଘର ବାହାରକୁ ନବାହାରିବା l ସବୁଠୁ ଜରୁରୀ ହେଉଛି ପାଣି ଓ ସାବୁନରେ ହାତକୁ ବାରମ୍ବାର ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ସଫା କରିବା l ତୃତୀୟରେ ନିଜ ଆଖ ପାଖରେ ସ୍ୱଛତାକୁ ସୁନିଶ୍ଚିତ କରିବା l ଚତୁର୍ଥରେ ରୋଗରେ ସଂକ୍ରମିତ ଥିବା ବ୍ୟକ୍ତିକୁ ଏକାନ୍ତରେ ରଖିବା l ସୁଷମ ଖାଦ୍ୟ,ଭଲ ନିଦ୍ରା ସହ ଭିଟାମିନକୁ ନିୟମିତ ଭାବେ ସେବନ କରିବା ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହିବ l ଆଉ ହଁ ସବୁବେଳେ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ମଧ୍ୟ ଯେପରି ଭୁଲିବା ନାହିଁ ମାସ୍କ ପିନ୍ଧିବା ଦ୍ୱାରା ହିଁ ଆମେ ସଂକ୍ରମଣକୁ ରୋକି ପାରିବା l 
    ଏବେ ଯେତେବେଳେ ଏହି ସାବଧାନତା ଆମକୁ ମହାମାରୀର ଭାୟଠାରୁ ବଞ୍ଚାଇବ, ଆଜି ତାଠାରୁ ମଧ୍ୟ ବଡ ସମସ୍ୟା ହେଉଛି "ଭୟର ମହାମାରୀ" ଢ ଏହା କଣ ଆମେ ଜାଣିଛୁ ? ଯେ ଯେତେ ଅଧିକ ଆମେ ଚିନ୍ତାଗ୍ରସ୍ତ ହେଉ ଓ ଭୟ କରୁ ସେତିକି ଆମର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ ! ଆଜି ମଣିଷ ପ୍ରଦୂଷିତ ବାୟୁ,ପ୍ରଦୂଷିତ ଜଳ ଓ ପ୍ରଦୂଷିତ ଭୋଜନ ଦ୍ୱାରା ରୋଗଗ୍ରସ୍ତ ହେଉଛି l କେବଳ ଖାଦ୍ୟ ପାନୀୟ ନୁହେଁ ମନ ମଧ୍ୟ ପ୍ରଦୂଷିତ ହୋଇଗଲାଣି  l ମାନସିକ ଚିନ୍ତା ଦ୍ୱାରା ମଣିଷ ଦୁର୍ବଳ ହେବାରେ ଲାଗିଛି l 
    ଏବେ ଆମ ମନରେ ଅତ୍ୟଧିକ ମାତ୍ରାରେ ଯେଉଁ ଭୟ ଉତ୍ପନ୍ନ ହେଉଛି ତାହା ଏହି ମହାମାରୀ ଆଡକୁ ଆମକୁ ଟାଣି ନେଉଛି  l ଏହାର ମୂଳ କାରଣ ହେଉଛି ଆମର ନକାରାତ୍ମକ ଚିନ୍ତା l ଲକଡାଉନ ସମୟରେ ଘର ଭିତରେ ରହିବା ତଥା ବିଭିନ୍ନ ସୂତ୍ରରୁ କରୋନା ସମ୍ବନ୍ଧୀୟ ବିଭ୍ରାନ୍ତିକର ଲେଖା ଓ ଭିଡିଓ ଏହି ଚିନ୍ତାଧାରାକୁ ଖୋରାକ ଯୋଗାଉଛି l ଏହି ଗୁଜବକୁ ବାସ୍ତବ ମନେ କରି ନିଜକୁ କଳ୍ପନାରେ ହଜାଇଦେଇ ଏହାର ଫଳାଫଳ କଣ ହେବ ତାହା ଭାବି ଲୋକ କିଛି ମାତ୍ରାରେ ଭୟହୀତା ହେଉଛନ୍ତି l
    କୁହାଯାଏ ABC ଅର୍ଥାତ Avoid Bad Company  ଆମକୁ ସର୍ବଦା ଏହିଭଳି ଖରାପ ସଙ୍ଗ ଠାରୁ ଦୂରରେ ରହିବାକୁ ହେବ ଓ ସରକାରଙ୍କ ସୂଚନାକୁ ହିଁ ଗ୍ରହଣ କରିବାକୁ ପଡିବ l  ତାହା ସହିତ ସକାରାତ୍ମକ ବହି ପଢିବା,ସଂଗୀତ ଶୁଣିବା,ନିଜର ସୃଜନଶୀଳତାକୁ ପ୍ରକାଶ କରିବା,ନିଜର ଭଲ ମୁହୂର୍ତକୁ ମନେ ପକାଇବା ତଥା ଆଧ୍ୟାତ୍ମିକ ଚିନ୍ତାଦ୍ୱାରା ଏହି ଭୟର ମହାମାରୀ ଠାରୁ ଦୂରରେ ରହି ହେବ l

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook