Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୪ ବର୍ଷର ଶିଶୁକନ୍ୟାକୁ ହତ୍ୟା କଲା ବାପା!

    Share on :
    ajab-Image
    Date: Jun 26, 2020    Views: 2558

     ରାତିରେ ମା’ପାଖକୁ ଯିବା ପାଇଁ କାନ୍ଦିବାରୁ ୪ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଛି ତାର ବାପା । ଏଭଳି ଅମାନୁଷିକ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ରାଙ୍କି ଗ୍ରାମ ମୁଣ୍ଡା ସାହିରେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବାପା ସୋନୁମୁଣ୍ଡାଙ୍କୁ ଗିରଫ କରିଛି । ବାପାର ବିଧା ଓ ଗୋଇଠା ମାଡ଼ରେ ଶିଶୁକନ୍ୟାର ମୃତୁ୍ୟ ଘଟିଥିବା ଜଣାପଡ଼ିଛି ।
    ପ୍ରାପ୍ତ ସୂଚନା ଅନୁଯାୟୀ, ରାଙ୍କି ଗ୍ରାମ ମୁଣ୍ଡାସାହିର ସୋନୁ ଓ ସ୍ତ୍ରୀ ଗୁରୁବାରୀଙ୍କ ମଧ୍ୟରେ କିଛି ଦିନ ତଳେ ଝଗଡ଼ା ହୋଇଥିଲା । ଗୁରୁବାର ୩ ପିଲାଙ୍କୁ ଧରି ନିକଟରେ ରହୁଥିବା ତାଙ୍କ ବାପଘରକୁ ଚାଲିଯାଇଥିଲେ । ସନ୍ଧ୍ୟାରେ ମଝିଆ ଝିଅ ପୂଜା ବାପା ସୋନୁ ପାଖକୁ ଚାଲି ଆସିଥିଲା । ବାପା ପାଖରେ କିଛି ସମୟ ରହିବା ପରେ ପୁଣି ମାଆ ପାଖକୁ ଯିବା ପାଇଁ କାନ୍ଦିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସୋନୁ ପୂଜାକୁ ବିଧା, ଗୋଇଠା ସାଙ୍ଗକୁ ନିସ୍ତୁକ ମାଡ଼ ମାରିଥିଲା । ଫଳରେ ପୂଜାର ମୃତୁ୍ୟ ଘଟିଥିଲା ।

    Maximum 500 characters

    ଆଂଚଳିକ View all

    Find Us on Facebook