ମୁଖ୍ୟ ଖବର
ପୁଣେ: ଏଠାରେ ଏକ କାର୍ଯ୍ୟକ୍ରମରେ ଜାତୀୟ ମନୋନୟନ କମିଟିକୁ ତୀବ୍ର ସମାଲୋଚନା କରିଛନ୍ତି ଭାରତୀୟ କି୍ରକେଟ ଦଳର ପୂର୍ବତନ ୱିକେଟ ରକ୍ଷକ ଫାରୁଖ ଇଞ୍ଜିନିୟର । ୮୨ ବର୍ଷ ବୟସ୍କ ଫାରୁଖ କହିଥିଲେ, ଅଢେ଼ଇ ବର୍ଷ ଧରି ବିସିସିଆଇ ଚଳାଉଥିବା କି୍ରକେଟ ପ୍ରଶାସକ କମିଟି (ସିଓଏ) ପ୍ରକୃତରେ ହନିମୁନ କରୁଥିଲେ । ସେମାନଙ୍କର କି୍ରକେଟ ଜ୍ଞାନ ନଥିଲା । ଡାଏନା ଏଡୁଲଜି ଅଳ୍ପ କିଛି କି୍ରକେଟ ଖେଳିଥିଲେ । ତେବେ କି୍ରକେଟରେ ଗଭୀର ଜ୍ଞାନ ରଖିଥିବା ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ଭାରତୀୟ କ୍ରିକେଟ ପାଇଁ ଏକ ଶୁଭ ସୂଚନା ।
ଫାରୁଖ ଆହୁରି କହିଥିଲେ, ଆମର ଏକ ମିକି ମାଉସ ମନୋନୟନ କମିଟି ରହିଛି । ଅଧିନାୟକ ବିରାଟ କୋହଲିଙ୍କର ଏହି କମିଟି ଉପରେ ବେଶ୍ ପ୍ରଭାବ ରହିଛି । ତେବେ ଭାରତୀୟ ମନୋନୟନକାରୀଙ୍କର କ’ଣ ଯୋଗ୍ୟତା ରହିଛି? ସେମାନେ ମିଳିତ ଭାବେ ୧୦-୧୨ଟି ଟେଷ୍ଟମ୍ୟାଚ ଖେଳିଛନ୍ତି । ବିଶ୍ୱ କପ ବେଳେ ଜଣେ ମନୋନୟନକାରୀ ଭାରତୀୟ ବ୍ଲେଜର ପିନ୍ଧି ବୁଲୁଥିଲେ । ତାଙ୍କୁ ପଚାରିଛି ତୁମେ କିଏ? ସେ କହିଥିଳେ ଯେ ସେ ମନୋନୟନକାରୀ । ସେମାନଙ୍କର ମାନ ଏପରି ଥିଲା ଯେ ଅନୁଷ୍କା ଶର୍ମା (କୋହଲିଙ୍କ ପତ୍ନୀ)ଙ୍କୁ ସେମାନେ ଚା’ଆଣି ଦେଉଥିଲେ । ତେଣୁ ଏପରି ବ୍ୟକ୍ତି ନୁହନ୍ତି, ଦିଲୀପ ଭେଙ୍ଗସରକାରଙ୍କ ପରି ବ୍ୟକ୍ତ ମନୋନୟନକାରୀ ହେବା ଉଚିତ । ତେବେ ମନୋନୟନକାରୀ ତାଙ୍କୁ ଚା ଦେଉଥିଲେ ବୋଲି ଫାରୁଖ ଯାହା କହିଛନ୍ତି ତାହାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ ଟ୍ୱିଟରରେ ଲେଖିଛନ୍ତି, ବିଶ୍ୱକପରେ ଗୋଟିଏ ମ୍ୟାଚରେ ଉପସ୍ଥିତ ଥିଲି ଏବଂ ପରିବାର ଲୋକଙ୍କ ବକ୍ସରେ ବସିଥିଲି । ମନୋନୟନକାରୀଙ୍କ ପାଖକୁ ଯାଇନଥିଲି । ମିଥ୍ୟା କାହାଣୀରେ ମୋ ନାମକୁ ଯୋଡ଼ାଯାଉଛି । ଯଦି ମନୋନୟନକାରୀଙ୍କ ଯୋଗ୍ୟତା ଉପରେ ତୁମକୁ କହିବାର ଅଛି ମୋ ନାଁ ସେଥିରେ ନେବା କଣ ଦରକାର? କାହାଣୀକୁ ରୋଚକ କରିବା ପାଇଁ ଏପରି କରିବା ଠିକ୍ ନୁହେଁ ।
Comments ସମସ୍ତ ମତାମତ