ମୁଖ୍ୟ ଖବର
ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟାକୁ ନେଇ ଖବର ଆସୁଛି । କେତେବେଳେ ଚାଷୀ ଫସଲ ହାନି ଯୋଗୁଁ ଆତ୍ମହତ୍ୟା କରୁଛନ୍ତି ତ ଆଉ କେତେବେଳେ ଋଣ ଶୁଝି ନ ପାରି ଜୀବନ ହାରି ଦେଉଛନ୍ତି । କିନ୍ତୁ ଏନସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡ ବୁ୍ୟରୋ) କିନ୍ତୁ ଭିନ୍ନ ଚିତ୍ର ଦେଇଛି । ୨୦୧୯ ମସିହାରେ ରିପୋର୍ଟ ଅନୁସାରେ ଓଡ଼ିଶାରେ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି । ଅର୍ଥାତ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଶୂନ । ନିକଟରେ ଏନସିଆରବି ପକ୍ଷରୁ ୨୦୧୯ ପାଇଁ ଦୁର୍ଘଟଣାଜନିତ ମୃତୁ୍ୟ ଓ ଆତ୍ମହତ୍ୟା ସଂକ୍ରାନ୍ତୀୟ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଓଡ଼ିଶାର ଚାଷୀ ଆତ୍ମହତ୍ୟା ‘ଶୂନ’ ବୋଲି ଦର୍ଶାଯାଇଛି । ଓଡ଼ିଶାରେ ନିଜ ମାଲିକାନାରେ ଥିବା ଜମିର ଚାଷୀ, ଭାଗଚାଷୀ ଓ କ୍ଷେତ ମଜଦୁରଙ୍କର ଆତ୍ମହତ୍ୟା ଶୂନ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
Comments ସମସ୍ତ ମତାମତ