Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାକେଶ ଶର୍ମାଙ୍କ ବାୟୋପିକରେ ଫରହାନ

    Share on :
    ajab-Image
    Date: Aug 1, 2020    Views: 3665

    ଭାରତର ପ୍ରଥମ ମହାକାଶଚାରୀ ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ ‘ସାରେ ଜହାଁ ସେ ଅଚ୍ଛା’କୁ ନେଇ ଗତ ଦୁଇ ବର୍ଷ ହେଲା ଚର୍ଚ୍ଚା ଚାଲିଛି । ଏହାର ଲିଡ ରୋଲ ପାଇଁ ବଲିଉଡର ଦୁଇ ମହାନ ଅଭିନେତା ଆମିର ଖାନ ଓ ଶାହରୁଖଙ୍କ ନାମ ପର୍ଯ୍ୟାୟକ୍ରମେ ଶୁଣିବାକୁ ମିଳିଥିଲା । ସଦ୍ୟତମ ରିପୋର୍ଟ ଅନୁସାରେ ଫରହାନ ଅଖତର ସେହି ଭୂମିକାରେ ଦେଖିବାକୁ ମିଳିବେ । ଏ ନେଇ ଫରହାନ ଏବଂ ଫିଲ୍ମର ନିର୍ମାତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ନିର୍ମାତାମାନେ ତାଙ୍କୁ ତାଙ୍କର ଅନ୍ୟ ପ୍ରୋଜେକ୍ଟକୁ ଶୀଘ୍ର ସାରିବାକୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ସୂତ୍ର କହିଛନ୍ତି ‘ଫରହାନ ଭାଗ ମିଲଖା ଭାଗ’ରେ ଆଥଲେଟ ମିଲଖା ସିଂହଙ୍କ ଭୂମିକାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇସାରିଛନ୍ତି । ତେଣୁ ସେ ଏହି ଚରିତ୍ର ପାଇଁ ଫିଟ ହେବେ ବୋଲି ମନେ କରାଯାଉଛି । ତାଙ୍କର ଅନ୍ୟ ପ୍ରୋଜେକ୍ଟ ସରିଲେ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।’ ସେହିପରି ଯଥାଶୀଘ୍ର ଫିଲ୍ମର ଅନ୍ୟ ଚରିତ୍ର ଓ କଳାକାର ଚୟନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook