Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୩ ଜଣ ନକଲି ଶିକ୍ଷକ ଚିହ୍ନଟ

    Share on :
    ajab-Image
    Date: Nov 7, 2019    Views: 17

    ଗଞ୍ଜାମ: ଗଞ୍ଜାମର ଧରାକୋଟ ବ୍ଲକ ଅଞ୍ଚଳରୁ ପୁଣି ୩ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜାଲ ପ୍ରମାଣପତ୍ରରେ ଉକ୍ତ ୩ ଜଣ ଶିକ୍ଷକତା କରୁଥିବା ନେଇ ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ୭ ଦିନ ମଧ୍ୟରେ ଧରାକୋଟରେ ବ୍ଲକରେ ୭ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଏତଲା ସହ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ିଇଓ କହିଛନ୍ତି। ସୂଚନା ଯୋଗ୍ୟ, ଗଞ୍ଜାମ ଜିଲା ଧରାକୋଟ ଅଞ୍ଚଳରେ ଏହା ପୂର୍ବରୁ ୪ ଜଣ ନକଲି ଶିକ୍ଷକ ଧରା ପଡ଼ିଥିଲେ। ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ବିଭିନ୍ନ ସ୍କୁଲରେ ଶିକ୍ଷକଭାବେ ଚାକିରି କରୁଥିଲେ।

    Maximum 500 characters

    ଆଂଚଳିକ View all

    Find Us on Facebook