ମୁଖ୍ୟ ଖବର
ଭୁବନେଶ୍ୱର: ଏବେ ବୟସ୍କ ଲୋକଙ୍କ ଟିକାକରଣ ଚାଲିଥିବା ବେଳେ ବହୁବିଧ ରୋଗାକ୍ରାନ୍ତଙ୍କ ନିମନ୍ତେ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଏଥିନିମନ୍ତେ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଟିକା ନେବାକୁ ଆସିବେ ତାହେଲେ ସେ ଦଣ୍ଡିତ ହେବେ । କେବଳ ସେତିକି ନୁହେଁ, ଜାଲ୍ ମେଡିକାଲ ସାର୍ଟିଫିକେଟ ଇସ୍ୟୁ କରିଥିବା ଡାକ୍ତର ମଧ୍ୟ ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କଡ଼ା ଚେତାବନୀ ଦେଇଛନ୍ତି।
ଏନେଇ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କ ନିକଟକୁ ଏକ କଡ଼ା ଚିଠି ଲେଖିଛନ୍ତି ।
ସାର୍ଟିଫିକେଟ ଇସ୍ୟୁ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୪୫ରୁ ୫୯ ବର୍ଷର ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ପାଇଁ ସାର୍ଟିଫିକେଟ ଜରୁରୀ ଥିବାରୁ କାଳେ କୌଣସି ବ୍ୟକ୍ତି ଜାଲିଆତି କରିବେ, ସେହି ଆଶଙ୍କାରେ ସତର୍କତା ସ୍ୱରୂପ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।
Comments ସମସ୍ତ ମତାମତ