Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବାର ଅନୁଯାୟୀ ବ୍ୟବହାର କରନ୍ତୁ ଫେସ ପ୍ୟାକ

    Share on :
    ajab-Image
    Date: Oct 17, 2020    Views: 2356

    ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା। ଘରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରିବେ। ତ୍ୱଚାକୁ ଉଜ୍ଜ୍ୱଳ ଓ ଗୋରା କରିପାରିବେ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ ଯାହାକୁ ବାର ଅନୁଯାୟୀ ବ୍ୟବହାର କରିବେ ଟ୍ଟଟ୍ଟ.
    ସୋମବାର – ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ, ବେସନ, ସରକୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ।
    ମଙ୍ଗଳବାର – ରାତିରେ ଶୋଇବା ପୂର୍ବରୁ ମହୁ, ସର, ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖି ମୁହଁ ଧୋଇ ଦିଅନ୍ତୁ।
    ବୁଧବାର – ଏଲୋବେରା ଜେଲରେ ଭିଟାମିନ ଇ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ।
    ଗୁରୁବାର – ବାଦାମକୁ ବତୁରାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ସର ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
    ଶୁକ୍ରବାର – ୧ ଚାମଚ ମସୁର ଡ଼ାଲିର ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ସର ମିଶାଇ ସମ୍ପୂର୍ଣ୍ଣ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖି ଧୋଇ ଦିଅନ୍ତୁ।
    ଶନିବାର – ଚିନି ଓ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାଇ ସ୍କ୍ରବ କରନ୍ତୁ। ଏହାପରେ ମୁହଁ ଧୋଇ , ସର ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
    ରବିବାର – ଟମାଟୋ ରସ,  ବେସନ, ସରକୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖି ମୁହଁ ଧୋଇ ଦିଅନ୍ତୁ।
    ଏହି ସମସ୍ତ ଫେସ ପ୍ୟାକ ଲଗାଇବା ପରେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

    Maximum 500 characters

    ବିଶେଷ View all

    Find Us on Facebook