Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ତ୍ୱଚାର ଥକାପଣ ଦୂର କରାଇବ ଘରୋଇ ପ୍ୟାକ୍

    Share on :
    ajab-Image
    Date: Nov 5, 2019    Views: 11

    ପାର୍ଲରର ମହଙ୍ଗା । ଫେସିଆଲ ପରିବର୍ତ୍ତେ ପ୍ରଥମେ ଘରେ ସୌନ୍ଦର୍ଯ୍ୟ ଉପଚାର କରିବା ଉପଚାର ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ । ୧ ଚାମଚ ନଡ଼ିଆ ପାଣିରେ ଚିମୁଟାଏ ହଳଦୀ ମିଶାଇ ତାହାକୁ ପ୍ୟାକ ଭଳି ତ୍ୱଚାରେ ଲଗାଇବେ । ଏହି ପ୍ୟାକ୍ ଶୁଖିବା ପରେ ନଖ ଉଷୁମ ପାଣିରେ ଧୋଇ ନିଅନ୍ତୁ । ନଡ଼ିଆ ପାଣି, ହଳଦୀର ଏଇ ପ୍ୟାକ ତ୍ୱଚାରୁ ଟ୍ୟାନ ସହ ସମସ୍ତ ଅପରିଷ୍କାର ମଧ୍ୟ ଦୂର କରିପାରିବ ।
    ଖିର କିମ୍ବା ପାଣିରେ ୪-୫ ଟି ପେସ୍ତାବାଦାମ ରାତିରୁ ଭିଜାଇ ରଖନ୍ତୁ । ସକାଳୁ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି କଞ୍ଚା ଖିରରେ ମିଶାଇ ପ୍ୟାକ ଭଳି ତ୍ୱଚାରେ ଲଗାଇବେ । ଭିଟାମିନ ଇ ଓ ଲ୍ୟାକଟିକ ଏସିଡ ଯୁକ୍ତ ଏହି ପ୍ୟାକ ତ୍ୱଚାରେ ଚମକ ଆଣି ଦେଇଥାଏ ।
    ବିରିଡାଲିକୁ ଗୁଣ୍ଡ କରି ରଖନ୍ତୁ । କଞ୍ଚା ଖିର କିମ୍ବା ଦହିରେ ଏହି ଗୁଣ୍ଡ ଅଧ ଚାମଚ ମିଶାଇ ତ୍ୱଚାରେ ପ୍ୟାକ ଭଳି ଲଗାନ୍ତୁ । ଉଭୟ ସ୍କ୍ରବ୍ ଓ ପ୍ୟାକ୍ ଭଳି ଏହା କାମ କରିବ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook