Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେମତି ନେବେ ଆଖିର ଯତ୍ନ

    Share on :
    ajab-Image
    Date: May 21, 2020    Views: 2637

    ବର୍ତ୍ତମାନ ସମୟରେ ସଂକ୍ରମଣ ଜନିତ ରୋଗର ଅଧିକାଂଶ ଆକ୍ରାନ୍ତ ହେଉଥିବା ବେଳେ କେତେକଙ୍କ ଠାରେ ଆଖିର ଆଲର୍ଜି ସମସ୍ୟା ଦେଖାଯାଇଥାଏ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ । ଏହା ସହ କେତୋଟି ସରଳ ଘରୋଇ ଉପଚାର କଲେ ମଧ୍ୟ ଲାଭ ମିଳେ ।
    ଯେପରି ବାହାରକୁ ଯିବା ପୂର୍ବରୁ ଭଲ କମ୍ପାନୀର ସନ ଗ୍ଲାସ ଲଗାନ୍ତୁ । ଆଖି ଅଧିକାଂଶ ସମୟରେ କୁଣ୍ଡାଇ ହେଉଥିଲେ, ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇ ଚଷମା ବ୍ୟବହାର କରିବା ଉଚିତ ।
    ଏହା ସହ ସକାଳୁ ଉଠିବା ପରେ ଥଣ୍ଡା ପାଣିର ଛିଟା ଆଖିରେ ମାରନ୍ତୁ । ଗୋଲାପଜଳରେ ତୁଳାକୁ ଭିଜାଇ କିଛି ସମୟ ଆଖି ଉପରେ ରଖିଲେ ଆଖିକୁ ଆରାମ ମିଳେ ।
    ଦିନକୁ ୯-୧୦ ଗିଲାସ ପାଣି ପିଇବାର ଅଭ୍ୟାସ ଆରମ୍ଭ କରନ୍ତୁ । ଏହା ଦ୍ୱାରା ଆଖି ଆଲର୍ଜିରୁ ରକ୍ଷା ପାଇପାରିବେ ।
    କାକୁଡ଼ିକୁ ଗୋଲଗୋଲ କରି କାଟି ୫ ମିନିଟ ଆଖି ଉପରେ ରଖି ଆରାମ କରିପାରନ୍ତି । କାକୁଡ଼ିରେ ଥିବା ତତ୍ତ୍ୱ ଆଖିକୁ ଶୀତଳତା ପ୍ରଦାନ କରେ ।

    Maximum 500 characters

    ବିଶେଷ View all

    Find Us on Facebook