Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅର୍ଥନୀତି

ମୁଖ୍ୟ ଖବର

    ଆମେରିକା-ଚୀନ୍ ଲଢେ଼ଇର ଫାଇଦା ନେଲା ଭାରତ

    Share on :
    ajab-Image
    Date: Nov 7, 2019    Views: 25

    ନୂଆଦିଲ୍ଲୀ : ବିଶ୍ୱର ଦୁଇ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢେ଼ଇରେ ଭାରତକୁ ଲାଭ ମିଳିଛି । ଜାତିସଂଘର ସଂସ୍ଥା "ୟୁଏନସିଟିଏଡି' ଏହାର ରିପୋର୍ଟରେ ଏକଥା ଜଣାଇଛି । ତେବେ ବଡ଼ ଧରଣର ଲାଭ ହାସଲ କରିବାରେ ଭାରତ ବିଫଳ ହୋଇଥିବା ଜଣାପଡ଼ିଛି । ଏହି ଲଢେ଼ଇରୁ ସବୁଠୁ ଅଧିକ ଲାଭ ତାଇୱାନ, ମେକ୍ସିକୋ ଓ ୟୁରୋପୀୟ ସଂଘକୁ ମିଳିଛି । କୋରିଆ, କାନାଡା ଓ ଭାରତକୁ କମ୍ ଲାଭ ମିଳିଛି ।

    ବାଣିଜ୍ୟ ଲଢେ଼ଇର ପ୍ରଭାବ ଯୋଗୁ ଆମେରିକାକୁ ଭାରତ ଅଧିକ ୭୫୫ ନିୟୁତ ଡଲାର (ପ୍ରାୟ ୫୨୮୫ କୋଟି ଟଙ୍କା)ର ରପ୍ତାନି କରିପାରିଛି । ୨୦୧୯ର ପ୍ରଥମ ଛଅ ମାସ ଭିତରେ ଭାରତ ଅଧିକ ପରିମାଣର ରାସାୟନିକ ପଦାର୍ଥ, ଧାତୁ ଏବଂ ପଥର ଆମେରିକାକୁ ପଠାଇଥିବା ୟୁଏନସିଟିଏଡି ରିପୋର୍ଟରୁ ଜଣାପଡ଼ିଛି ।

    ଆମେରିକାରେ ଚୀନ୍ ସାମଗ୍ରୀ ମହଙ୍ଗା ହୋଇଯିବା ପରେ ସେଠାରେ ଯେଉଁ ଅଭାବ ଦେଖାଦେଇଥିଲା ତାହାକୁ ତାଇୱାନ, ମେକ୍ସିକୋ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସୁଲଭ ମୂଲ୍ୟର ସାମଗ୍ରୀ ପଠାଇ ଅଧିକ ମାତ୍ରାରେ ପୂରଣ କରିପାରିଛନ୍ତି । ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଲାଭବାନ ହୋଇଥିବା ଜଣାପଡ଼ିଛି । ୟୁଏନସିଟିଏଡି ଏହାର ରିପୋର୍ଟରେ ଜଣାଇଛି ଯେ, ବାଣିଜ୍ୟ ଲଢେ଼େଇ ପ୍ରଭାବରେ ଚୀନ୍ ଗ୍ରାହକଙ୍କ ପାଇଁ ଅନେକ ସାମଗ୍ରୀର ଦାମ୍ ବଢ଼ିଥିବା ବେଳେ ଆମେରିକୀୟ ରପ୍ତାନିକାରୀମାନେ କ୍ଷତି ସହୁଛନ୍ତି । ସେହି ସମୟରେ ଅନ୍ୟ ଦେଶଗୁଡ଼ିକ ଉଭୟ ଦେଶକୁ ସୁଲଭ ମୂଲ୍ୟର ସାମଗ୍ରୀ ପଠାଇ ଲାଭବାନ ହେଉଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢେ଼ଇ ଯୋଗୁ ଆମେରିକାକୁ ଚୀନର ରପ୍ତାନି ୩୫ ବିଲିଅନ୍ ଡଲାର କମିଛି । ସେଥି ମଧ୍ୟରୁ ୬୨% (୨୧ ବିଲିଅନ ଡଲାର) ବଜାରକୁ ଅନ୍ୟ ଦେଶଗୁଡ଼ିକ ମାଡ଼ିବସିଲେଣି । ବଳକା ଯେଉଁ ୧୪ ବିଲିଅନ ଡଲାର ରହିଛି ତାହା ସମ୍ପୂର୍ଣ୍ଣ କ୍ଷତି ହୋଇଥାଇପାରେ କିମ୍ବା ଆମେରିକୀୟ କଂପାନିଗୁଡ଼ିକ ସେହି ସୁଯୋଗକୁ ହାତେଇ ନେଇଥାଇପାରନ୍ତି ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

    ଆମେରିକା ଓ ଚୀନର ବାଣିଜ୍ୟ ଲଢେ଼ଇ ଉଭୟ ଦେଶର ଗ୍ରାହକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଆମେରିକୀୟ ଗ୍ରାହକମାନଙ୍କୁ ସେହି ସମାନ ଜିନିଷକୁ ଏବେ ଅଧିକ ଦାମରେ କିଣିବାକୁ ପଡ଼ୁଛି । ଚୀନର ଗ୍ରାହକଙ୍କ ଅବସ୍ଥା ମଧ୍ୟ ସମାନ । ତେବେ ରପ୍ତାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଚୀନର କଂପାନିଗୁଡ଼ିକ ଏବେ ରପ୍ତାନି ପାଇଁ ଉପଲବ୍ଧ କରୁଥିବା ସାମଗ୍ରୀଗୁଡ଼ିକର ଦାମ୍ କମାଇବା ଆରମ୍ଭ କରିଛନ୍ତି । ଏହା ଜରିଆରେ ସେମାନେ ନିଜର ବଜାର ଅଂଶକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ୨୦୧୮ ମଧ୍ୟ ଭାଗରୁ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢେ଼ଇ ଆରମ୍ଭ ହୋଇଥିଲା ।

    Maximum 500 characters

    ଅର୍ଥନୀତି View all

    Find Us on Facebook