ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଇଞ୍ଜିନିୟରିଂ କଲେଜରେ ପଢିବା ଚାହିଦା କମିବାରେ ଲାଗିଛି । ରାଜ୍ୟରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଇଞ୍ଜିନିୟରିଂ ସିଟ ଫାଙ୍କା ପଡ଼ିଛି । ରାଜ୍ୟରେ ଏବେ ମୋଟ ୯୩ଟି ଇଞ୍ଜିନୟରିଂ କଲେଜ ରହିଛି । ୯୩ଟି ଇଞ୍ଜିନିୟରିଂ କଲେଜରେ ମୋଟ ୩୧, ୧୭୪ଟି ସିଟ ରହିଛି । ୨୦୧୯-୨୦ ଶିକ୍ଷାବର୍ଷରେ ୧୧, ୭୪୫ସିଟରେ ନାମ ଲେଖାଯାଇଛି । ବାକି ୧୯,୪୨୯ଟି ସିଟ ଫାଙ୍କା ପଡ଼ିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏପରିକି ୩ଟି ଇଞ୍ଜିନୟରିଂ କଲେଜ ବନ୍ଦ କରିବାକୁ ଆବେଦନ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
Comments ସମସ୍ତ ମତାମତ