ମୁଖ୍ୟ ଖବର
ଭୁବନେଶ୍ୱର: ଆସନ୍ତା ୨ ବର୍ଷରେ ଦେଶରେ ଖୋଲିବନି ନୂଆ ଇଞ୍ଜିନିୟରିଂ କଲେଜ । ଏବେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୫୦% ସିଟ୍ ଖାଲି ରହୁଛି । ତେଣୁ ଆଉ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ର ÷ଧ୍ୟକ୍ଷ ଡ.ଅନିଲ ସହସ୍ରବୁଦେ୍ଧ କହିଛନ୍ତି । ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି (ଆଇଆଇଟି) ର ପ୍ରଫେସର ବି.ଭି ଆର ମୋହନ ରେଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ରିପୋର୍ଟକୁ ଆଧାର କରି ଡ.ସହସ୍ରବୁଦେ୍ଧ କହିଛନ୍ତି । ବିଭିନ୍ନ ଜାତୀୟ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ସେ ଏହି ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ