Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନକାଉଣ୍ଟର, ୩ ଆତଙ୍କୀ ନିହତ

    Share on :
    ajab-Image
    Date: Jun 29, 2020    Views: 4226

    ଜାମ୍ମୁ: ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗର ରୁନୀପୋରା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଗୋଟିଏ ଏକେ-୪୭ ରାଇଫଳ ଏବଂ ୨ଟି ବନ୍ଧୁକ ଜବତ ହୋଇଛି। ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

    ସୂଚନା ଅନୁସାରେ, ରୁନୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ଏସଓଜି, ସେନାର ୧୯ ଆରଆର ବାଟାଲିଅନ ଏବଂ ସିଆରପିଏଫ ପକ୍ଷରୁ ମିଳିତ ଅପରେଶନ କରାଯାଇଥିଲା। ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ସେମାନେ ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। କିଛି ଘଣ୍ଟା ଧରି ଗୁଳିବିନିମୟ ଜାରି ରହିବା ପରେ ୩ ଆତଙ୍କୀ ନିହତ ହୋଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook