Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନକାଉଣ୍ଟର : ୩ ଆତଙ୍କବାଦୀ ନିହତ

    Share on :
    ajab-Image
    Date: Jun 26, 2020    Views: 4517

    ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମାରେ ଚାଲିଥିବା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଏନକାଉଣ୍ଟରରେ ହିଜବୁଲର ଟପ୍ କମାଣ୍ଡର କାସିମ ଶାହା ଛଦ୍ମନାମ ଜୁଗନୁ ମଧ୍ୟ ନିହତ ହୋଇଛି। ମହମ୍ମଦ କାସୀମ ଶାହା ଛଦ୍ମନାମ ଜଗନୁ ବ୍ୟତୀତ ୱାସିତ ଅହମ୍ମଦ ପାରେ ଏବଂ ହରିସ ମଞ୍ଜୁର ଭଟ ମଧ୍ୟ ନିହତ ହୋଇଛି। । ତେବେ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।
    ଗୁରୁବାର ଦିନ ପୁଲୱାମା ଜିଲ୍ଲାର ତ୍ରାଲର ଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବାର ଦେଖି ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
    ଏହାର ପ୍ରତିବଦଳରେ ସୈନିକମାନେ ପ୍ରଥମେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଏହା ସତ୍ତ୍ୱେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ରାତିରେ ଅନ୍ଧକାର ହେତୁ ଅପରେସନ ବନ୍ଦ ହୋଇଯାଇଥିଲା। ସକାଳେ ପୁଣି ଥରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଜ୍ଝ ଏହି ସମୟରେ ସୁରକ୍ଷା ବାହିନୀର ମିଳିତ ଦଳ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏଥିସହ ଦୁଇ ସୈନିକ ଆହତ ହୋଇଥିବା ସୂଚନା ମଳିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook