Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଅର୍ଥନୀତି

ମୁଖ୍ୟ ଖବର

    ପୁଣି ବଢ଼ିଲା ବେକାରି ହାର

    Share on :
    ajab-Image
    Date: Mar 3, 2020    Views: 2693

    ନୂଆଦିଲ୍ଲୀ: ଦେଶରେ ବେକାର ଲୋକମାନଙ୍କ ସଂଖ୍ୟା ବଢ଼ୁଛି । ସେଥିପାଇଁ ଚଳିତ ବର୍ଷର ଫେବ୍ରୁଆରି ମାସରେ ବେକାରି ହାର ୭.୭୮%କୁ ବୃଦ୍ଧି ପାଇଛି । ବିଗତ ଚାରି ମାସ ଭିତରେ ଏହାର ବେକାରି ହାରର ସର୍ବୋଚ୍ଚ ସ୍ତର । ଶେଷ ଥର ଲାଗି ୨୦୧୯ ଅକ୍ଟୋବରରେ ବେକାରି ହାରକୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଥିଲା ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତରଫରୁ କୁହାଯାଇଛି । 

    ଚଳିତ ବର୍ଷ ଜାନୁଆରିରେ ଦେଶର ବେକାରି ହାର ୫.୯୫% ଥିଲା । ଫେବ୍ରୁଆରିରେ ସେଥିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାରୁ ଏହା ୭.୭୮% ଭଳି ସ୍ତରରେ ପହଞ୍ଚିଛି । ସହରାଞ୍ଚଳରେ କିନ୍ତୁ ବେକାରି ହାର ୮.୬୫%କୁ ହ୍ରାସ ପାଇଛି । ପୂର୍ବରୁ ୯.୭୦ ପ୍ରତିଶତ ଥିଲା । ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ପ୍ରଭାବ ରହିଥିବାରୁ ବେକାରି ହାର ବଢ଼ୁଥିବା ଅନୁମାନ କରାଯାଉଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଦେଶର ଅଭିବୃଦ୍ଧି ହାର ୪.୭% ରହିଛି । କିନ୍ତୁ ସାରା ବିଶ୍ୱରେ କରୋନା ବ୍ୟାପୁଥିବାରୁ ଆଗାମୀ ଦିନରେ ଦେଶର ଅଭିବୃଦ୍ଧି ଆହୁରି କମିବ ବୋଲି ଆକଳନ କରାଯାଇଛି । ବିଶ୍ୱ ସ୍ତରୀୟ ରେଟିଂ ଏଜେନ୍ସି ଫିଚ ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ହାର ୨୦୧୯-୨୦ରେ ୪.୯% ଭଳି ସ୍ତରରେ ରହିବ । ଅର୍ଥନୀତିରେ ଲାଗି ରହିଥିବା ମାନ୍ଦାବସ୍ଥାକୁ ଏହା କାରଣ ଭାବେ ଦର୍ଶାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook