Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆପଣଙ୍କ ମତ

ମୁଖ୍ୟ ଖବର

    କାହିଁକି ଗଜରାଜ ପାଲଟୁଛି ନରହନ୍ତା ??

    Share on :
    ajab-Image
    Date: Feb 24, 2020    Views: 3350

    ଆଧୁନିକ ଚାକଚକ୍ୟତା ଭିତରେ ବଞ୍ଚୁଥିବା ମନୁଷ୍ୟ ସମାଜ ନିଜକୁ ବିକାଶର ଅଗ୍ରୀମ ଭାଗରେ ପହଞ୍ଚାଇଥିବାର ଦାବୀ କରୁଥିବା ବେଳେ ସବୁଜ ବର୍ଣି ଜଙ୍ଗଲ ଟି ଆଜି କଂକ୍ରିଟର ରୂପ ନେଇଛି।ମାନବିକତା ହରାଇଥିବା ଏ ମନୁଷ୍ୟ ସମାଜ ବର୍ତ୍ତମାନ ସମୟରେ କେଉଁ ପଶୁ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ପରିବେଶବିତ ମାନେ ଅନୁଭବ କରୁଛନ୍ତି।ଦିନକୁ ଦିନ ଜଙ୍ଗଲ ନଷ୍ଟ କରି ବିକାଶର ପରିଭାଷା ପରିପ୍ରକାଶ କରୁଥିବା ବ୍ୟଗ୍ରଗାମୀ ମଣିଷଟା ଆଜି ଜଙ୍ଗଲକୁ ଧ୍ବଂସ କରିବା ସହ ଜଙ୍ଗଲୀ ଜୀବ ମାନଙ୍କୁ ନୀତିଦିନ ହତ୍ୟା କରିବାରେ ଆଗଭର ରହୁଛି।ଯଦି ମଣିଷ ଜୀବହତ୍ୟା କରି କୌଣସି ଅନୁତାପ କରୁନାହିଁ ତାହେଲେ ସେ ଜୀବଟି ହତ୍ୟାକଲେ ଭୂଲ ରହିଲା ବା କେଉଁଠି? ବିଗତ କିଛି ବର୍ଷ ଧରି ଖବରକାଗଜରେ "ଦନ୍ତା ହେଲା ନରହନ୍ତା" ନାମରେ ଖବର ପ୍ରକାଶିତ ହେଉଛି।ବିଭିନ୍ନ ସ୍ଥାନରେ ଗଜରାଜ ଅସହ୍ୟ ହୋଇ ନିଜର ଉତ୍ପାତ ଦେଖାଉଛି ଏବଂ ଖାସକରି ଗ୍ରାମଞ୍ଚଳରେ ପଶି ଚାଷଜମିକୁ ନଷ୍ଟ କରୁଛି।ସହରାଞ୍ଚଳ ରେ ପଶି ଆତଙ୍କ ସୃଷ୍ଟି କରିବା ସହ କେତେବେଳେ ବିଦ୍ୟୁତ ଆଘାତରେ ଆସି ମୃତ୍ୟୁବରଣ କରୁଛି।ଆଉ କିଛି ସମୟରେ ଦେଖିବାକୁ ମିଳୁଛି ମନୁଷ୍ୟ ସମାଜ ହାତୀକୁ ଘଉଡାଇବାକୁ ଯାଇ ନିଜେ ମୃତ୍ୟୁ ମୂଖରେ ପଡୁଛି ଏବଂ ବେଳେବେଳେ କୌଣସି ରେଳ ଦୁର୍ଘଟଣାର ଶିକାର ହୋଇ ହାତୀଟି ମୃତ୍ୟୁବରଣ କରୁଛି। ଏଇଠି ଗୋଟିଏ ଛୋଟ ପ୍ରଶ୍ନ :-" ଯଦି ଆମେ ଜଙ୍ଗଲ ଧ୍ୱଂସ କରି ହାତୀମାନଙ୍କର ଆହାର ଛଡାଉଛେ ତାହେଲେ ସେମାନେ ଆମ ଆହାର ଛଡ଼ାଇବେ, ଏଥିରେ ହାତୀକୁ ଦୋଷ ଦେଇ ଲାଭ କଣ ମିଳୁଛି?"।ଆଧୁନିକ ଯୁଗରେ ବିକାଶର ଆବଶ୍ୟକତା ଅପରିହାର୍ଯ୍ୟ କିନ୍ତୁ ବିକାଶ ନାମରେ ଜଙ୍ଗଲଧ୍ୱଂସ ବିନାଶର ପ୍ରତିଫଳନାତ୍ମକ ଚିତ୍ର।ଜଙ୍ଗଲ ଯେତିକି ପରିମାଣରେ ଧ୍ୱଂସ ପାଉଛି ସେହିପାରିମାଣରେ ସୃଷ୍ଟି ହୋଇପାରୁଛି କି ? ଏ ମାନବ ସମାଜ ନିଜର ଭୂଲ ମାନି ଜଙ୍ଗଲ ସୃଷ୍ଟି କରିବା ସହିତ ହାତୀ ମାନଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। :-ଶୁଭମ ଶାଶ୍ୱତ ପୃଷ୍ଟି

    Maximum 500 characters

    ଆପଣଙ୍କ ମତ View all

    Find Us on Facebook