Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଚୀନ ଉଡ଼ାଇଲା ଇଲେକ୍ଟି୍ରକ ବିମାନ

    Share on :
    ajab-Image
    Date: Nov 3, 2019    Views: 715

    ସାରା ବିଶ୍ୱ ଏବେ ଇଲେକ୍ଟି୍ରକ କାର୍ରକୁ ଯାତାୟତର ପରବର୍ତ୍ତୀ ବିକଳ୍ପ ଭାବେ ଚିନ୍ତା କରୁଥିବା ବେଳେ ଚୀନ ଏ ଦିଗରେ ବହୁ ଆଗରେ ଅଉି । ଏହି ଦେଶ ପ୍ରଥମ ଥର ପାଇଁ ଏକ ଇଲେକ୍ଟି୍ରକ ବିମାନ ବିକଶିତ କରିଛି । ଏବଂ ଏହାର ପରୀକ୍ଷା ମୂଳକ ଉଡ଼ାଣ ମଧ୍ୟ ସଫଳ ହୋଇଛି । ‘ଆରଏକ୍ସଫୋରଇ’ ଭାବେ ନିର୍ମିତ ଏହି ବିମାନଟି ବ୍ୟାଟେରି ଚାଳିତ । ଓଜନ ୧,୨୦୦ କିଲୋଗ୍ରାମ । ଥରେ ବ୍ୟାଟେରୀ ଚାର୍ଜ କଲେ ବିମାନଟି ତିନି ଶହ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ । ଏହା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ । ବିମାନର ବାହ୍ୟ ଆବରଣ ଓ ଯନ୍ତ୍ରପାତି ଅତି ହାଲୁକା ଉପାଦାନରେ ତିଆରି । ଏହା ପରିବେଶ ଅନୁକୂଳ ଏବଂ ଉଡ଼ିବା ସମୟରେ ଏଥିରୁ ଖୁବ କମ ଶବ୍ଦ ବାହାରିବ । ୨୦୨୩ ସୁଦ୍ଧା ମେଲବର୍ଣ୍ଣରେ ଏହାକୁ ବ୍ୟବସାୟିକ ସେବାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି ।

     

    Maximum 500 characters

    ଅଜବ View all

    Find Us on Facebook