ମୁଖ୍ୟ ଖବର
ମୁମ୍ବାଇ: ଏଣିକି ମହିଳାଙ୍କ ପାଇଁ ରହିଥିବା ଆସନରେ କିନ୍ନରଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ । ଏଥିପାଇଁ ବମ୍ବେ ହାଇକୋର୍ଟର ଔରଙ୍ଗବାଦ ପୀଠ ଅନୁମତି ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ଆସନରେ ପ୍ରତିଯୋଗିତା କରିବା ପାଇଁ ଅନୁମତି ଦେବାକୁ ନିବେଦନ ପୂର୍ବକ ଜଣେ କିନ୍ନର ଅଞ୍ଜଳି ଗୁରୁ ସଞ୍ଜନା ଜାନ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଯଦି ନିଜର ଲିଙ୍ଗଗତ ପରିଚୟ ସମ୍ପର୍କରେ ନିଷ୍ପତ୍ତି ନେଇ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛୁକ ତେବେ ଏଥିପାଇଁ ତାଙ୍କୁ ଅନୁମତି ଦେବାରେ କୌଣସି ବାଧା ନାହିଁ ବୋଲି ବିଚାରପତି ରବୀନ୍ଦ୍ର ଘୁଗେ ମତ ଦେଇଛନ୍ତି । ଆବେଦନକାରୀ ଆବଶ୍ୟକ ସ୍ଥଳେ ପୁଲିଙ୍ଗ ପରିବେର୍ତ୍ତ ସ୍ତ୍ରୀଲିଙ୍ଗକୁ ଅଗ୍ରାଧିକାର ଦେଉଥିବାରୁ ତାଙ୍କୁ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦିଆଯିବାରେ ଅସୁବିଧା ନାହିଁ ବୋଲି ବିଚାରପତି କହିଛନ୍ତି । ଆବେଦନକାରୀ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଧଶ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନରେ ସମ୍ପୃକ୍ତ ଆସନ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଅଞ୍ଜଳି ନିଜକୁ ମହିଳା ବୋଲି ଦର୍ଶାଇଥିବାରୁ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା ।
Comments ସମସ୍ତ ମତାମତ