ମୁଖ୍ୟ ଖବର
ପାଟନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ବିହାରରେ ଚମକ୍ରାର ବିଜୟ ହାସଲ କରିଛି । ତେଜସ୍ୱୀ ଯାଦବଙ୍କୁ ଚ୍ୟାଲେଞ୍ଜରେ ହରାଇ ଏନଡିଏ ପୁଣି ଥରେ କ୍ଷମତାକୁ ଫେରିଛି । କିନ୍ତୁ ବିଜେପି ଏଥର ବିହାରରେ ରେକର୍ଡ ସଂଖ୍ୟକ ବିଜୟ ହାସଲ କରିଛି । ବିଜେପି କେବଳ ଏନଡିଏରେ ସବୁଠୁ ବଡ଼ ଅଂଶୀଦାର ହୋଇନାହିଁ । ଏହା ମଧ୍ୟ ୬୭ ପ୍ରତିଶତ ଷ୍ଟ୍ରାଇକ ରେଟ (ସଫଳତା ହାର) ସହ ସବୁଠୁ ଶୀର୍ଷରେ ରହିଛି । ବିହାର ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ହାର ୬୭.୨୭ ପ୍ରତିଶତ ଥିବା ବେଳେ ସିପିଆଇଏମଏଲ ର ୬୩.୧୬ ହାମସ ଦଳର ୫୭.୧୪, ଆରଜେଡିର ୫୨.୦୮, ସିପିଆଇଏମର ୫୦, ଜେଡିୟୁ ୩୫.୫୪, ସିପିଆଇ ୩୩.୩୩, ଭିଆଇପି ୩୦.୭୭, କଂଗ୍ରେସ ୩୬.୦୩, ଏଆଇଏମଆଇଏମ ୧୨.୨, ବିଏସପିର ୦.୯୩ ଏବଂ ଏଲଜେପିର ଷ୍ଟ୍ରାଇକ ରେଟ ୦.୭୪ ପ୍ରତିଶତ ରହିଛି । ଆରଜେଡି ୧୪୪ ଆସନରେ ଲଢ଼ିଥିବା ବେଳେ ୭୫ ଆସନରେ ଜିତିଛି ।
Comments ସମସ୍ତ ମତାମତ