Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

ରାଜନୀତି

ମୁଖ୍ୟ ଖବର

    ଉପନିର୍ବାଚନ, ଖୁବଶୀଘ୍ର ଘୋଷଣା ହେବ ପ୍ରାର୍ଥୀ

    Share on :
    ajab-Image
    Date: Oct 10, 2020    Views: 3394

    ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୩ ପ୍ରମୁଖ ରାଜନୈତିକ ଦଳ ଚଳଚଞ୍ଚଳ ହୋଇଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଠିକ ହୋଇସାରିଥିବା କଂଗ୍ରେସ ଓ ବିଜେପି କହିଥିବା ବେଳେ ବିଜେଡି କହିଛି ଦଳ ସଭାପତି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବେ । କୋଭିଡ ମହାମାରୀ ସମୟରେ ଏହି ଉପନିର୍ବାଚନ ହୋଇଥିବାରୁ ରାଲି ଓ ପଦଯାତ୍ରା ସାଧାରଣ ସଭା ହେବ ନାହିଁ । କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଡିଜିଟାଲ ରାଲି କରିବେ ବୋଲି ଜଣାପଡ଼ିଛି । 

    କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଉଭୟ ଉପନିର୍ବାଚନ ପାଇଁ କିଏ ପ୍ରାର୍ଥୀ ହେବେ ଏଆଇସିସି ପକ୍ଷରୁ ଘୋଷଣା କରାଯିବ । ତେବେ ବାଲେଶ୍ୱର ଆସନ  ପାଇଁ ଦଳ ଜଣେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ସାରିଛି । ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇନାହିଁ । କିନ୍ତୁ ଖୁବଶୀଘ୍ର ହୋଇଯିବ । ଆସନ୍ତା ୧୦ ତାରିଖ ପରେ ପ୍ରାର୍ଥୀ ଘୋଷଣା କରାଯିବ । ଏଥର ଦଳ ଦକ୍ଷ ଓ ଯୁବ ପ୍ରାର୍ଥୀଙ୍କୁ ଟିକେଟ ଦେବ ବୋଲି ସେ ଦାବି କରିଛନ୍ତି । ଆସନ୍ତା ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା ହେବ । ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦଳ ବାଛିବ । ଦଳର ସଂସଦୀୟ କମିଟି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ । ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛିଟା ଅସନ୍ତୋଷ ରହିଛି । କିନ୍ତୁ ଦଳର ସଭାପତି ପ୍ରାର୍ଥୀ ଘୋଷଣା କରିବା ପରେ ସବୁ ଠିକ୍ ହୋଇଯିବ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ସହ ଖୁବଶୀଘ୍ର ଦଳୀୟ ଟିମ ଘୋଷଣା ହେବ । ଏହି ଦୁଇଟି ଯାକ ଆସନରେ ବିଜେଡି ଜିତିବ ବୋଲି ଶ୍ରୀ ଦେବ ଦାବି କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook