Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଦେଶ ବିଦେଶ

ମୁଖ୍ୟ ଖବର

    ୪୧ ଅଣ୍ଡା ଖାଇବା ପରେ ଯୁବକ ମୃତ

    Share on :
    ajab-Image
    Date: Nov 5, 2019    Views: 1152

    ଲକ୍ଷ୍ନୌ: ଅଣ୍ଡା ଖାଇବାକୁ ନେଇ ବେଟିଂ କରି ଜଣେ ଯୁବକଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଜଉନପୁର ଜିଲାରେ। ମୃତକଙ୍କ ନାମ ସୁବାସ ଯାଦବ ବୋଲି ପୁଲିସ ସୂଚନା ଦେଇଛି।
    ପୁଲିସ ସୂଚନା ଅନୁସାରେ, ସୁବାସ ଅଣ୍ଡା ଖାଇବା ଲାଗି ତାଙ୍କର ଜଣେ ସାଙ୍ଗ ସହିତ ବିବିଗଞ୍ଜ ବଜାରକୁ ଯାଇଥିଲେ। ଏହି ସମୟରେ ଅଣ୍ଡା ଖାଇବାକୁ ନେଇ ହଠାତ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୁବାସ ୫୦ଟି ଅଣ୍ଡା ଖାଇଦେବେ ବୋଲି ଚ୍ୟାଲେଞ୍ଜ କରିଥିଲେ। ଏଥିପାଇଁ ତାଙ୍କ ସାଙ୍ଗ ୨ ହଜାର ଟଙ୍କା ବାଜି ଲଗାଇଥିଲେ। ଚ୍ୟାଲେଞ୍ଜ ପରେ ସୁବାସ ଗୋଟିଏ ପରେ ଗୋଟିଏ ୪୧ଟି ଅଣ୍ଡା ଖାଇଦେଇଥିଲେ। ୪୨ତମ ଅଣ୍ଡା ଖାଇବା ସମୟରେ ହଠାତ ତାଙ୍କ ଶରୀର କୋଲାପ୍ସ ହୋଇଯିବା ସହ ସେ ଅଚେତ ହୋଇପଡ଼ିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପରେ ତାଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସେସ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା କରାଯିବାର ୧ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଅତ୍ୟଧିକ ଅଣ୍ଡା ଖାଇବାରୁ ସୁବାସଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। କିନ୍ତୁ ସୁବାସଙ୍କ କରିବାର ଲୋକେ ଏହାକୁ ଗ୍ରହଣ କରିନାହାନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook