Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା ସମୟରେ କେମିତି ହେବ +୨ ପାଠପଢ଼ା

    Share on :
    ajab-Image
    Date: Jun 30, 2020    Views: 3103

    ଭୁବନେଶ୍ୱର : କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଦୀର୍ଘଦିନ ଧରି ଏହାଦ୍ୱାରା ପାଠପଢା ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ବୃନ୍ଦାବନ ବେହେରା ଏ ନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ପାରମ୍ପରିକ ପାଠପଢ଼ା ଉପରେ କଟକଣା ଥିବାରୁ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧରେ ଅଧ୍ୟକ୍ଷ ଯୋଜନା କରିବେ । ସବୁ ବିଷୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ନେଇ ପୃଥକ ଭାବେ ହ୍ୱାଟସ ଆପ ଗ୍ରୁପ ଗଠନ କରାଯିବ । ରାଜ୍ୟରେ ବିଦ୍ୟାଳୟରେ ଓଡ଼ିଶା ଶିକ୍ଷା ସଂଯୋଗ ହ୍ୱାଟସ ଆପ ଗ୍ରୁପ ଗଠନକୁ ସଫଳତା ମିଳିବା ପରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗ୍ରୁପ ଜରିଆରେ ଅଧ୍ୟାପକ ପାଠପଢ଼ା ସମ୍ବନ୍ଧୀୟ ନୋଟ୍ ଓ ଅନ୍ୟ ଉପକରଣ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରିବେ । ଏହା ବ୍ୟତୀତ ଅନଲାଇନରେ ପାଠ୍ୟଖସଡ଼ା ଅନୁସାରେ ଉପଲବ୍ଧ ଭିଡିଓ ଓ ପାଠ୍ୟ ବିଷୟର ଲିଙ୍କ ମଧ୍ୟ ହେବ । ଏହା ବ୍ୟତୀତ ୟୁଟୁ୍ୟବ, ଖାନ ଏକାଡେମୀ ଭଳିବିଭିନ୍ନ ଅନଲାଇନ ବ୍ୟବସ୍ଥାରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ବିଭାଗୀୟ ଅଧ୍ୟାପକ ପ୍ରବର୍ତ୍ତାଇବେ । ଅନଲାଇନ ପାଠପଢ଼ାର ଅଗ୍ରଗତି ସମ୍ପର୍କରେ କନିଷ୍ଠ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟକୁ ଅବଗତ କରିବେ । ଏ ନେଇ ନିଦେ୍ର୍ଧଶକ ଶ୍ରୀ ବେହେରା କହିଛନ୍ତି କୋଭଡି-୧୯ ସ୍ଥିତିରେ ଛାତ୍ରଛାତ୍ରୀ କିଭଳି ଅନଲାଇନ ବ୍ୟବସ୍ଥାରେ ପାଠ ପଢ଼ିବେ ସେ ନେଇ ସବୁ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ସବୁ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟସ ଆପ ଗ୍ରୁପ୍ ଗଠନ କରାଯିବ ।

    Maximum 500 characters

    ତାଜା ଖବର View all

    Find Us on Facebook