Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ, ଏହି ସମସ୍ୟାରେ ପଡ଼ିବେ

    Share on :
    ajab-Image
    Date: Feb 19, 2021    Views: 2731

    ଘରେ ବୟସ୍କ ବ୍ୟକ୍ତିମାନେ ଆମକୁ ଅନେକ ଭଲ କଥା କହିଥାନ୍ତି , ଯାହାକି ଆମର ଜୀବନରେ ବହୁତ କାମରେ ଆସେ। ଅନେକ ସମୟରେ ସେ ଭୋଜନ ବିଷୟରେ ମଧ୍ୟ କହିଥାନ୍ତି କି , କେମିତି ଭାବରେ ଭୋଜନ କରିବା ଉଚିତ୍‌। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେଉଁଭଳି ଭାବେ ବୟସ୍କ ବ୍ୟକ୍ତିମାନେ ଭୋଜନ କରିବାକୁ କହିଥାନ୍ତି , ଯଦି ସେହିଭଳି କରାଯାଏ ତ  ଧନ ସହ ଆପଣଙ୍କର ଆୟୁଷ ମଧ୍ୟ ବଢ଼ିଥାଏ । ଆଜି ଆମେ ଆପଣଙ୍କୁ ଭୋଜନ କରିବାର ତରିକା ବିଷୟରେ କହିବୁ , ଯାହାକି ଘରର ବୟସ୍କ ବା ବୃଦ୍ଧ ବ୍ୟକ୍ତିମାନେ କହିଥାନ୍ତି ।

    କେବେ ଅନ୍ନର ଅପମାନ କରନ୍ତୁ ନାହିଁ –

    ଶାସ୍ତ୍ର ଅନୁଯାୟୀ, କେବେ ବି ଭୋଜନକୁ ଖରାପ କରନ୍ତୁ ନାହିଁ । ଏଥିରେ ଅନ୍ନର ଅପମାନ ହୋଇଥାଏ । ଯଦି ରୁଚିକର ହୋଇନିତ ବା ପସନ୍ଦ ଆସିନିତ ଅନ୍ନକୁ ପ୍ରଣାମ କରି କ୍ଷମା ମାଗିନିଅ । ଶାସ୍ତ୍ରରେ କୁହାଯାଇଛି  ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ । ଏହା କଲେ ଦେବୀ ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୁଅନ୍ତି ବୋଲି ମାନ୍ୟତା ଅଛି । ଏହି ଭୋଜନ ଦେହରେ ଲାଗେ ନାହିଁ ।

    ଭୋଜନ ପୂର୍ବରୁ ପ୍ରଥମେ ଏହି କାମ କରନ୍ତୁ –

    ଭୋଜନ କରିବା ପୂର୍ବରୁ ନିଜର ଗୁରୁ , ଦେବୀ –ଦେବତା ବା ନିଜର ପୂର୍ବପୁରୁଷଙ୍କୁ ଧ୍ୟାନ କରିବା ଉଚିତ୍‌ ଏବଂ ପ୍ରଥମ ମୁଠା ଖାଦ୍ୟ ତାଙ୍କୁ ସମର୍ପିତ କରିବା ଉଚିତ୍‌ । ପୁଣି ଏହି କିଛି ଖାଦ୍ୟକୁ ପଶୁ-ପକ୍ଷୀଙ୍କୁ ଖାଇବାକୁ ଦିଅ। ଯଦି ଆପଣ ଭୂଇଁ ଉପରେ ବସି ଖାଦ୍ୟ ଖାଉଛନ୍ତି ତ ପ୍ଲେଟ୍‌ ସବୁବେଳେ ଚୌକି ବା ଆସନ ଉପରେ ରଖନ୍ତୁ , ପୁଣି ଭୋଜନ କରନ୍ତୁ । କେବେ ଭୂଇଁରେ ପ୍ଲେଟ୍‌ ରଖନ୍ତୁ ନାହିଁ।

    ଏପରି କଲେ ଖରାପ ପ୍ରଭାବ ପଡ଼େ –

    ଖାଦ୍ୟକୁ କେବେ ଗୋଳାଇଘାଣ୍ଟି ଖାଆନ୍ତୁ ନାହିଁ । ଭୋଜନ ସବୁବେଳେ ଶାନ୍ତିରେ ଓ କୌଣସି ଶବ୍ଦ ନକରି ଖାଇବା ଉଚିତ୍‌। ଶବ୍ଦ କରି ଖାଇଲେ ଏହା ଖରାପ ଗୁଣ ବୋଲି ଧରାଯାଏ । ଏହାସହ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ରହେ । ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

    ଏପରି ଖାଇଲେ ଦେବତାକୁ ଅପମାନ ହୋଇଥାଏ –

    ଭୋଜନ କଲାବେଳେ ଖାଦ୍ୟକୁ ସମ୍ମାନ କରିବା ଉଚିତ୍‌ । କେବେ ବି ଶେଯ ଉପରେ ବସି , ହାତରେ ଥାଳି ନେଇ  ,ଶୋଇ ବା ଛିଡ଼ା ହୋଇ ଖାଇବା ଉଚିତ୍‌ ନୁହେଁ । ଏମିତି କଲେ ଅନ୍ନ  ଦେବତାଙ୍କୁ ଅପମାନ ହୋଇଥାଏ । ଭୋଜନ ସର୍ବଦା ବସିକରି ଓ ହାତଗୋଡ଼ ଧୋଇହୋଇ ଖାଇବା ଉଚିତ୍‌ । ଏହିପରି ଭୋଜନ କଲେ ଶୁଭ ମନେକରାଯାଏ ଏବଂ ଦେବତାଙ୍କ ଆର୍ଶିବାଦ ମିଳେ ।

     

    ଏହି ଦିଗକୁ ମୁହଁ କରି ଖାଆନ୍ତୁ –

    ବାସ୍ତୁ ଅନୁସାରେ,ପ୍ରତିଦିନ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ୍‌। ଏମିତି କରିବାରେ ଆପଣଙ୍କ ବୟସ ବଢ଼ିବା ସହ ଲକ୍ଷ୍ମୀ ଦେବୀଙ୍କ କୃପା ମଧ୍ୟ ମିଳିଥାଏ । କାରଣ ଉତ୍ତର ଦିଗରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ ।   

    Maximum 500 characters

    ବିଶେଷ View all

    Find Us on Facebook