Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ରେଫରିଂ ମାନକୁ ନେଇ ପ୍ରଶ୍ନ ଉଠାଇଲା ଇଷ୍ଟ ବେଙ୍ଗଲ

    Share on :
    ajab-Image
    Date: Dec 14, 2020    Views: 4066

    ଗୋଆ : ଚଳିତ ଆଇଏସଏଲରେ ରେଫରିଂ ମାନ ନେଇ ନୂଆ କରି ସାମିଲ ହୋଇଥିବା ଇଷ୍ଟ ବେଙ୍ଗଲ ଦଳ ସର୍ବଭାରତୀୟ ଫୁଟବଲ ସଂଘ ନିକଟରେ ଅଭିଯୋଗ ବାଢ଼ିଛି । ୪ ମ୍ୟାଚ ଖେଳି ସାରିଥିବା ରବି ଫାୱଲରଙ୍କ ଦଳ ପଏଣ୍ଟ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହିଛି । ଦଳର ଖାତାରେ ମାତ୍ର ଗୋଟିଏ ପଏଣ୍ଟ ରହିଛି । ମାତ୍ର ତିନି ମ୍ୟାଚ ହାରିଯିବା ପରେ ଜାମସେଦପୁର ବିପକ୍ଷ ଗୁରୁବାର ମ୍ୟାଚକୁ ଅମୀମାଂସିତ ରଖି ପଏଣ୍ଟ ଖାତା ଖୋଲିଥିଲା । ତେବେ ରେଫରି ଏହି ଦଳର ଇଉଜେନସନ ଲିଙ୍ଗଡୋଙ୍କୁ ଦ୍ୱିତୀୟ ହଳଦିଆ କାର୍ଡ ଦେଖାଇବାରୁ ଜାମସେଦପୁର ମ୍ୟାଚ ଅମୀମାସିଂତ ରଖିପାରିଥିଲା । ମ୍ୟାଚ ଶେଷ ଆଡକୁ ଯଦି ଜାମସେଦପୁର ଦଳର ଲାଲଡିନଲିଆନା ରେନ୍ଥେଲାଇ ଦ୍ୱିତୀୟ ହଳଦିଆ କାର୍ଡ ପାଇଥିଲେ ତେବେ ତାହା ମ୍ୟାଚ ଉପରେ ବିଶେଷ ପ୍ରଭାବ ପକାଇନଥିଲା । ତେଣୁ ସେହି ମ୍ୟାଚରେ ଜାମସେଦପୁର ପକ୍ଷରୁ ୧୨ ଜଣ ଖେଳାଳି ଖେଳୁଥିବାରୁ ଆମେ ଅନୁଭବ କରିପାରିଥିଲୁ ବୋଲି ମ୍ୟାଚ ପରେ କହିଥିଲେ ଫାୱଲର । ରେଫରିଙ୍କ କୌଣସି ବି ନିଷ୍ପତ୍ତି ଆମ ସପକ୍ଷରେ ଯାଇନଥିଲା । ଏହା ପୂର୍ବରୁ ପ୍ରଥମ ତିନି ମ୍ୟାଚରେ ମଧ୍ୟ ରେଫରିଂ ମାନ ନେଇ ଆମେ ସନ୍ଦିହାନ ଥିଲୁ ।

    Maximum 500 characters

    ODISHA FC View all

    Find Us on Facebook