Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଅର୍ଥନୀତି

ମୁଖ୍ୟ ଖବର

    ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍, ଭାରତ ୬୩

    Share on :
    ajab-Image
    Date: Oct 25, 2019    Views: 33

    ନୂଆଦିଲ୍ଲୀ : ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ର୍ୟାଙ୍କିଙ୍ଗରେ ଭାରତ ୧୪ ପାହାଚ ଉପରକୁ ଉଠିଛି । ୨୦୧୯ ପାଇଁ ଭାରତର ର୍ୟାଙ୍କ୍ ହେଉଛି ୬୩ । କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ର୍ୟାଙ୍କିଙ୍ଗରେ ଉନ୍ନତି ହୋଇଛି । ବିଭିନ୍ନ ଦେଶରେ ବ୍ୟବସାୟ କରିବା କେତେ ସହଜ ତାହା ଜଣାଇବା ଲାଗି ପ୍ରତିବର୍ଷ ବିଶ୍ୱବ୍ୟାଙ୍କ ତରଫରୁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ର୍ୟାଙ୍କିଙ୍ଗ୍ ପ୍ରକାଶ କରାଯାଉଛି । ଯେଉଁ ଦେଶର ର୍ୟାଙ୍କ୍ ଯେତେ ଭଲ ତାହା ନିବେଶକଙ୍କ ଲାଗି ସେତେ ଆକର୍ଷଣୀୟ ବୋଲି ବିଚାର କରାଯାଏ । ବିଶ୍ୱର ୧୯୦ଟି ରାଷ୍ଟ୍ର ଲାଗି ବିଶ୍ୱବ୍ୟାଙ୍କ ଏହି ର୍ୟାଙ୍କିଙ୍ଗ୍ ପ୍ରକାଶ କରୁଛି ।

    ମୋଦୀ ସରକାର ଆସିବା ବେଳକୁ ଭାରତ ଏହି ର୍ୟାଙ୍କରେ ୧୪୨ତମ ସ୍ଥାନରେ ରହିଥିଲା । କିନ୍ତୁ ୨୦୧୫ରେ ଭାରତ ୧୩୦ତମ, ୨୦୧୬ରେ ୧୩୦ତମ, ୨୦୧୭ରେ ୧୦୦ତମ, ୨୦୧୮ରେ ୭୭ତମ ଏବଂ ୨୦୧୯ରେ ୬୩ତମ ସ୍ଥାନରେ ପହଞ୍ଚିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଡୁଇଂ ବିଜନେସ୍ ୨୦୨୦ ରିପୋର୍ଟରେ ଭାରତର ସଂସ୍କାରକୁ ପ୍ରଶଂସା କରାଯାଇଛି । ଭାରତ ବ୍ୟତୀତ ଚଳିତବର୍ଷ ବ୍ୟବସାୟିକ ବାତାବରଣ ଉନ୍ନତିରେ ଉତ୍ତମ ପ୍ରଦର୍ଶନ କରିଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟରେ ସାଉଦି ଆରବ (୬୨ତମ), ଜୋର୍ଡାନ (୭୫ତମ), ଟୋଗୋ (୯୭ତମ), ବାହାରିନ (୪୩ତମ), ତାଜିକିସ୍ଥାନ (୧୦୬ତମ), ପାକିସ୍ତାନ (୧୦୮ତମ), କୁଏତ (୮୩ତମ), ଚୀନ୍ (୩୧ତମ) ଏବଂ ନାଇଜେରିଆ (୧୨୧ତମ) ରହିଛନ୍ତି । ର୍ୟାଙ୍କିଙ୍ଗରେ ନୁ୍ୟଜିଲାଣ୍ଡ ପୂର୍ବପରି ଶୀର୍ଷରେ ଥିବାବେଳେ ସିଙ୍ଗାପୁର ଏବଂ ହଂକଂ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଓ ଆମେରିକା ଷଷ୍ଠ ସ୍ଥାନରେ ରହିଛି ।

    ବ୍ୟାଙ୍କରପ୍ସି ମାନଦଣ୍ଡରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୫୨ତମ ସ୍ଥାନରେ ପହଞ୍ଚିଛି । ପୂର୍ବବର୍ଷ ଭାରତର ଏହି ର୍ୟାଙ୍କ୍ ୫୬ ଥିଲା । କନଷ୍ଟ୍ରକ୍ସନ ପରମିଟ୍ ହାସଲ କରିବା ମାନଦଣ୍ଡରେ ଭାରତ ୨୭ତମ ସ୍ଥାନରେ ରହିଛି । ସୀମାପାର କାରବାର କ୍ଷେତ୍ରରେ ଏହା ୬୮ତମ ସ୍ଥାନରେ ରହିଛି । ଚୁକ୍ତିକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ପଞ୍ଜୀକରଣ କରିବାରେ ଭାରତ ସବୁଠୁ ଦୁର୍ବଳ ପ୍ରଦର୍ଶନ କରିଛି । ଏହି ଦୁଇ ମାନଦଣ୍ଡରେ ଭାରତ ଯଥାକ୍ରମେ ୧୬୩ ଓ ୧୬୪ତମ ସ୍ଥାନରେ ରହିଛି । ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ର୍ୟାଙ୍କିଙ୍ଗ୍ ପ୍ରସ୍ତୁତ କରିବା ଲାଗି ବିଶ୍ୱବ୍ୟାଙ୍କ ତରଫରୁ ବିଚାରକୁ ନିଆଯାଉଥିବା ମାନଦଣ୍ଡଗୁଡ଼ିକ ହେଉଛି-ଇନସଲ୍ଭେନ୍ସି ମାମଲାର ସମାଧାନ, କନଷ୍ଟ୍ରକ୍ସନ ପରମିଟ୍, ସୀମାପାର କାରବାର, ସମ୍ପତ୍ତି ପଞ୍ଜୀକରଣ, ଟିକସ ପଇଠ, ବିଦୁ୍ୟତ ସଂଯୋଗ ହାସଲ କରିବା, ବ୍ୟବସାୟ ଆରମ୍ଭ କରିବା, ଚୁକ୍ତି ଲାଗୁ କରିବା, ଋଣ ହାସଲ କରିବା ଏବଂ ସଂଖ୍ୟାଲଘୁ ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା । ଉଲ୍ଲେଖଯୋଗ୍ୟ, ୨୦୨୦ ସୁଦ୍ଧା ଭାରତ ଏହାର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ର୍ୟାଙ୍କିଙ୍ଗକୁ ୫୦ ଭିତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଏବଂ ସେହି ଅନୁସାରେ ସଂସ୍କାର ପ୍ରକ୍ରିୟା ଜାରି ରଖାଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook