Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଉ ଏକ ସମ୍ମାନଜନକ ପୁରସ୍କାର ଦୌଡ଼ରେ ଦୂତି ଚାନ୍ଦ

    Share on :
    ajab-Image
    Date: Feb 10, 2021    Views: 3897

    କଟକ: ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଆଉ ଏକ ସମ୍ମାନଜନକ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ବିବିସି ଶ୍ରେଷ୍ଠ ମହିଳା ଭାରତୀୟ କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଦୂତି ସାମିଲ ହୋଇଛନ୍ତି। ଉକ୍ତ ପୁରସ୍କାର ଲାଗି ଦୂତିଙ୍କ ସମେତ ୫ଜଣ ଖେଳାଳି- ଭାରତୀୟ ମହିଳା ହକି ଦଳର ଅଧିନାୟିକ​ା ରାଣୀ ରାମପାଲ, ସୁଟର ମନୁ ଭାକର, ଚେସ୍ ଖେଳାଳି କୋନେରୁ ହମ୍ପି ଓ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିବା ମଲ୍ଲଯୋଦ୍ଧା ବିନେଶ ଫୋଗତ ପ୍ରମୁଖଙ୍କ ନାମ ସୁପାରିସ କରାଯାଇଛି। ୪୦ ଜଣିଆ ବିଚାରକ କମିଟି ଖେଳାଳିଙ୍କ ନାମ ସୁପାରିଶ କରିଛନ୍ତି। କ୍ରୀଡ଼ାପ୍ରେମୀ ଜନତାଙ୍କ ଭୋଟରେ ମାର୍ଚ୍ଚ ୮ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଫେବୃଆରୀ ୨୪ ପର୍ୟ୍ୟନ୍ତ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ସପକ୍ଷରେ ଭୋଟ ଦେଇପାରିବେ। ବିବିସି ଶ୍ରେଷ୍ଠ ମହିଳା ଭାରତୀୟ କ୍ରୀଡ଼ାବିତ୍‌ ପୁରସ୍କାର ଗତବର୍ଷଠାରୁ ପ୍ରଦାନ କରାଯାଉଛି।

     

    Maximum 500 characters

    ଖେଳ ଖବର View all

    Find Us on Facebook