Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭଲ ଖବର : ବିବିସି ପୁରସ୍କାର ଦୌଡ଼ରେ ଦୂତି

    Share on :
    ajab-Image
    Date: Feb 9, 2021    Views: 3304

    ନୂଆଦିଲ୍ଲୀ: ଓଡ଼ିଆ ଧାବିକା ଦୂତି ଚାନ୍ଦ ବିବିସି ଭାରତୀୟ ମହିଳା କ୍ରୀଡ଼ା ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ଦୂତି ଏସୀୟ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ । ତାଙ୍କ ସହ ଏହି ଦୌଡ଼ରେ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ, ଚେସ ତାରକା କୋନେରୁ ହମ୍ପି, ଯୁବା ବନ୍ଧୁକ ଚାଳିକା ମନୁ ଭାକର ଏବଂ ଏକମାତ୍ର ଭାରତୀୟ ମହିଳା କୁସ୍ତିବିତ ଭାବେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଭିନେଶ ଫୋଗଟ ରହିଛନ୍ତି । ୪୦ ଜଣିଆ ଜୁରି ସମିତି ପୁରସ୍କାର ଲାଗି ଏହି ୫ ଜଣଙ୍କ ନାଁ ଚୂଡାନ୍ତ ତାଲିକା ଲାଗି ବାଛିଥିଲେ । ଏହି ୫ ଜଣଙ୍କ ମଧ୍ୟରୁ ବିଜେତା ଜନସାଧାରଣ ବାଛିବେ । ଭୋଟଦାନ ଆଜିଠାରୁ ଫେବୃୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ବିଜେତାଙ୍କ ନାମ ଘୋଷଣା କରାଯିବ । ପ୍ରଶଂସକମାନେ ବିବିସିର ୬ ଟି ଭାଷାରେ ଥିବା ପ୍ଲାଟଫର୍ମରେ ଯେ କୌଣସି ଥରେ ଯାଇ ନିଜ ପସନ୍ଦର ଖେଳାଳିଙ୍କୁ ଭୋଟ ଦେଇପାରିବେ ।

    Maximum 500 characters

    ଖେଳ ଖବର View all

    Find Us on Facebook