ମୁଖ୍ୟ ଖବର
ରାଜକନିକା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ପାର୍ବଣରେ ମା’ ଦୁର୍ଗାଙ୍କ ପୂଜା କୋଭିଡ୍ ନୀତି ନିୟମ ଅନୁଯାୟୀ ନିରାଡ଼ମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାର ବିଭିନ୍ନ ପୀଠରେ ଏହି ଆଧାରରେ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ରାଜକନିକାର ମା’ କନିକେଶ୍ବରୀ ଦୁର୍ଗାଙ୍କ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି।
ଏହି ବୈଠକରେ କୋଭିଡ୍ ନୀତି ନିୟମକୁ ଦୃଷ୍ଟିରେ ରଖି ପୂଜାରେ ଭକ୍ତମାନଙ୍କ ଭିଡ଼ ନ କରି ବ୍ୟାରିକେଡ୍ ମାଧ୍ୟମରେ ସାମାଜିକ ଦୂରତା ରକ୍ଷା କରି ମା’ଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବା ସହ ସାନିଟାଇଜେସନ୍, ମାସ୍କ ପରିଧାନ ପ୍ରତି ଗୁରୁତ୍ବ ଦେବାକୁ ପ୍ରଶାସନିକ ଅଧିକାରୀମାନେ ମତ ଦେଇଥିଲେ।
ଆସନ୍ତା ୧୭ତାରିଖରୁ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବାକୁ ଥିବାବେଳେ ପୂଜା ସମୟରେ ପୀଠରେ ୭ରୁ ଅଧିକ ଲୋକ ନ ରହିବା ପାଇଁ ପରାମର୍ଶ ଦେବା ସହ ଲାଇଟ୍, ମାଇକ୍, ବାଦ୍ୟଯନ୍ତ୍ର ଆଦି ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପାଦକ କପିଳେନ୍ଦ୍ର ମଲ୍ଲିକ ମା’ଙ୍କ ପୀଠରେ ନବରାତ୍ର ପୂଜା ସହ ଅନ୍ୟାନ୍ୟ ପୂଜାବିଧି ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। ବ୍ଲକ୍ ପ୍ରଶାସନ ତରଫରୁ ପାନୀୟଜଳ ଓ ମା’ଙ୍କ ପୀଠକୁ ସାନିଟାଇଜ୍ କରାଯିବା ପାଇଁ ବିଡିଓ କହିଥିଲେ।
Comments ସମସ୍ତ ମତାମତ