Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦଶମନ୍ତପୁରର ଦଶହରା ପର୍ବ

    Share on :
    ajab-Image
    Date: Oct 9, 2020    Views: 3573

    ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଦଶହରା ପୂଜା ବା ପର୍ବ ଅନ୍ୟ ଦଶହରା ପୂଜା ଠାରୁ ଭିନ୍ନ ହୋଇଥାଏ । ଏଠାରେ ବୀରାଳିଦେବୀ, ଡଙ୍ଗରଦେଇ, ଆଡକୁଟିଆ ଦେବୀ, ବାଣ୍ଡାକାଟ୍ରା ଦେବୀ, ପାଟଖଣ୍ଡା, ବୀରଖମ୍ବ ସମେସ୍ତ ଦଶହରା ଦିନ ଏକାଠି ପୂଜା ପାଇଥାନ୍ତି ।  ବୀରାଳି ଦେବୀଙ୍କ ଆସ୍ଥାନ ବୀରାଳି ଘାଟର ପର୍ବତରେ ରହିଛି । ଡଙ୍ଗରଦେଈଙ୍କ ଆସ୍ଥାନ ବଟବୃକ୍ଷ ନିକଟରେ ଗ୍ରାମର ଶେଷରେ ଥିବା ପୋଢମରାରେ ରହିଛି ।  ବାଣ୍ଡାକାଟ୍ରା ଦେବୀଙ୍କ ଆସ୍ଥାନ ଜବାଗଡ଼ରେ ଏବଂ ବୀରଖମ୍ବଙ୍କ ଆସ୍ଥାନ ବୈପାରୀଗୁଡ଼ାର ବୀରଖମ୍ବ ପାହାଡ଼ରେ ରହିଛି । ଜନଶ୍ରୁତି ରହିଛି  ବୀରାଳି ଦେବୀ ଓ ଡଙ୍ଗରଦେଈ ଦୁଇ ଭଉଣୀ, ବୀରଖମ୍ବ ହେଉଛନ୍ତି ଭାଇ । ତିନି ଦେବାଦେବୀଙ୍କ ପୂଜା ହେଉଛି ଦଶହରା ପର୍ବ । ଗାଦବା ଓ କନ୍ଧ ଆଦିବାସୀମାନେ  ଦଶମନ୍ତପୁରରେ ବାସ କରନ୍ତି । ଏହି ପୂଜା ହେଉଛି ସେମାନଙ୍କ ପ୍ରଧାନ ପର୍ବ ଅଟେ ।   
    ଷଷ୍ଠୀ ଦିନ ମନ୍ଦିର ସାମ୍ନାରେ ଗୋଟିଏ କୁଡ଼ିଆ ଗଛର ଡାଳରେ ତିଆରି କରାଯାଇଥାଏ । ଦେବୀଙ୍କ ପ୍ରତୀକ ଖଣ୍ଡାମାନଙ୍କ ପାଇଁ ନୂଆ କଳାଶାଢୀ ଅଣାଯାଇଥାଏ ।  ସପ୍ତମୀ ଦିନ ଦେବୀଙ୍କ ପ୍ରତୀକ ୫ଟି ଧ୍ୱଜା ବା ଲାଠି ମନ୍ଦିର ନିକଟରେ ପୋତା ଯାଇଥାଏ । ପୂଜା ଦିନ ବୀରଖମ୍ବ, ଡଙ୍ଗରଦେଈ, ଆଡ଼କୁଟିଆ ଦେବୀ, ଦୁଇଟି ଖର୍ପର, ପାଟଦେବତା, ବାରବାଉନି ପ୍ରଭୃତି ଦେବଦେବୀଙ୍କୁ ଖଣ୍ଡାଧୋଇଲନି ନାମକ ସ୍ଥାନରେ ସ୍ନାନ କରାଯାଏ ।  ସମସ୍ତ ଦେବଦେବୀଙ୍କ ପ୍ରତୀକ ଖଣ୍ଡାମାନଙ୍କୁ କଳାଶାଢୀ, ମନ୍ଦାରମାଳ, ଅଳଙ୍କାରରେ ସୁଶୋଭିତ କରାଯାଏ । ତାପରେ ସମସ୍ତ  ଦେବଦେବୀ ଡାଳ ନିର୍ମିତ କୁଡ଼ିଆକେୁ ବିଜେ  କରିଥାନ୍ତି । ଦଶମନ୍ତ୍ରପୁରରେ ପୂଜା ସରିବା ପରେ ବୀରାଳି ଦେବୀଙ୍କୁ ଡାଳ ନିର୍ମିତ କୁଡ଼ିଆକୁ ବିଜେ କରାଯାଇଥାଏ ।  ବୀରଖମ୍ବ ଲାଠି ସହିତ ବୀରାଳି ଧଣ୍ଡା ପ୍ରସାଦ ପ୍ରଥମେ ଆସିଥାଏ ।  ଦଶମନ୍ତପୁରରେ ପୂଜା ସରିବା ପରେ ବୀରାଳି ଦେବୀଙ୍କ ଫୁଲମାନ ଏକ ନୂଆ ବାଉଁଶ ନିର୍ମିତ ଚାଙ୍ଗୁଡ଼ିରେ ରଖି ହାଟପଡ଼ା ବୀରଖମ୍ବ ଆସ୍ଥାନକୁ ନିଆଯାଇ ପୂଜା କରାଯାଏ ।  ନବମୀ ଦିନ ସକାଳେ ଦେବୀମାନେ ପିନ୍ଧିଥିବା ବସ୍ତ୍ରକୁ ବଦଳାଇ ନୂଆ ବସ୍ତ୍ର ପିନ୍ଧାଯାଏ । ତା’ ପରଦିନ ଦଶହରା ପଡ଼ିଆରେ ଜାକଜମକରେ ସମସ୍ତ ଦେବୀଙ୍କ ଲାଠି ଏକତ୍ରିତ କରି ପୂଜା କରାଯାଏ ।  ଦଶହରା ପର୍ବ ଶେଷ ହେବା ପରେ ତା’ ପର ଦିନ ସମସ୍ତ ଦେବଦେବୀଙ୍କ ଲାଠି ସହ ବୀରଖମ୍ବ ମଧ୍ୟ ନିଜ ଆସ୍ଥାନକୁ ଫେରିଥାନ୍ତି । 

    Maximum 500 characters

    ସଂସ୍କୃତି View all

    Find Us on Facebook