Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ପୋଡ଼ାଗଡ଼ର ଦଶହରା

    Share on :
    ajab-Image
    Date: Oct 8, 2020    Views: 3552

    ନବରଙ୍ଗପୁର ଜିଲ୍ଲା ପୋଡ଼ାଗଡ଼ରେ ଦଶହରା ପର୍ବକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥାଏ ।  ପ୍ରଥମ ଦଶହରାକୁ ଗୁଣ୍ଡୁରୁ ଭୈରବ ଯାତ୍ରା, ଦ୍ୱିିତୀୟ ଦଶହରାକୁ ଜୟପୁର ଦଶହରା ପର୍ବ ବା ଅପରାଜିତା ପୂଜାରେ ଯୋଗଦାନ ଏବଂ ତୃତୀୟ ଦଶହରାକୁ ବାହୁଡ଼ା ଦଶହରା କୁହାଯାଏ ।  କଙ୍କାଳିନୀ  ଏବଂ ପେଣ୍ଟ୍ରାଣୀ ଯାତ୍ରା ପରେ ଦଶହରା ପର୍ବର ଏକ ମାସ ପୂର୍ବରୁ ଗାଁର ପ୍ରତ୍ୟେକ ଘରକୁ ଧୁଆ, ଲିପାପୋଛା କରାଯାଇଥାଏ ।  ତା’ପରେ ପ୍ରତ୍ୟେକ ଘର ଘର ବୁଲି ଚାଉଳ ସଂଗ୍ରହ କରାଯାଏ । 
    ଝାଝଲ ଦେଇ ପର୍ବତାମଳାର ଏକ ଉଚ୍ଚ ପର୍ବତ ପୁରୁଣାଗଡ଼ର ପାହାଡ଼ ଉପରେ ତିନିମୁଠା ଗ୍ରାମ ହିରାପୁର, ପରିଆ, ବୋରିଗାଁର ଏବଂ ତେୟାନବେଟି ବା ତେୟାନବେ ମୌଜାର ଶିରା, ଚଲାଣ, ଦିସାରୀ, ପୂଜାରୀ, ମୁଖିଆମାନେ ଏକାଠି ହୋଇଥାନ୍ତି ।  ସେହି ପାହାଡ଼ର ପାଦଦେଶରେ ଚଉଁରିଆ ଦେବୀ ପୀଠ ଏବଂ ଗୁଣ୍ଡୁରୁ ଭୈରବ ପୀଠ ରହିଛି ।  ପ୍ରଥମେ ଭୈରବ ପୀଠରେ ଥିବା ସମସ୍ତ ଦେବଦେବୀଙ୍କୁ ପାଣି ଧୋଇ ଦିଆଯାଏ । ତା’ପରେ ଦିଶାରୀମାନେ ଚାଉଳ ଚୂନାରେ ଝୋଟି ମନ୍ଦିରରେ ଦେଇଥାନ୍ତି । ସେଠାରେ ଛତ୍ର, ବନ୍ଧୁକ, ଖଣ୍ଡାକାତିକୁ ସିନ୍ଦୂର, ଚାଉଳ ଦେଇ ପୂଜା କରାଯାଏ । ଗୋଟିଏ ପତ୍ର ଦନାରେ ଚାଉଳରେ ଦୁଗଧ ମିଶାଇ ଦେବାଦେବୀଙ୍କୁ ଅର୍ପଣ କରାଯାଏ । ସେଠାରେ ଜୟପୁର ଦଶହରାରେ କେଉଁ ଦିନ ଯାତ୍ରା କରାଯିବ ଦିନ ଠିକ କରାଯାଏ ।  ଏହାକୁ ପ୍ରାକ ଦଶହରା କୁହାଯାଏ । 
    ପରେ ଲାଠିଗୁଡ଼ିକ ପ୍ରସ୍ତୁତ ହୋଇଥାଏ । ଲାଠିଗୁଡ଼ିକ ନିଜ ନିଜ ଗ୍ରାମର ପ୍ରତିଷ୍ଠିତ ଦେବଦେବୀଙ୍କ ପ୍ରତୀକ ବିଭିନ୍ନ ରଙ୍ଗର ବାନା(ପତାକା) ପରିଶୋଭିତ ଏକ ପବିତ୍ର ବାଉଁଶ ଦଣ୍ଡ ।  ଜୟପୁର ସହରରେ ବିଭିନ୍ନ ଅଞ୍ଚଳରୁ ଲାଠି ଆସିବା ପରେ ବିଜୟା ଦଶମୀରେ  ସେଗୁଡ଼ିକୁ ସ୍ୱାଗତ କରାଯାଇ  ପୂଜା କରାଯାଏ ।  ରାତିରେ ଅପରାଜିତା ପୂଜା କରାଯାଏ ।  ବିଜୟା ଦଶମୀ ବା ଦଶହରା ପୂଜା ପରେ ସମସ୍ତ ଲାଠି ସହିତ ଲାଠିଧାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନେ ନିଜ ନିଜ ଗ୍ରାମକୁ ଫେରିଥାନ୍ତି ।  ପୋଡ଼ାଗଡ଼କୁ ଫେରିବା ପାଇଁ ଲାଠିଧାରୀଙ୍କୁ ଦୁଇ ସପ୍ତାହ ଲାଗିଥାଏ ।  ପୋଡ଼ାଗଡ଼ର ପାହାଡ଼ ଝରଣା, ପଦର,  ଘଞ୍ଚ ସବୁଜ  ବନାନୀ ଆଜି ବି ଇତିହାସ କଥା କୁହେ । ଗୀତ, ନୃତ୍ୟରେ ପୋଡ଼ାଗଡ଼ର ଦଶହରା ପଡ଼ିଆର ପରିବେଶ ବେଶ ଉତ୍ସବ ମୁଖର ହୋଇଉଠିଥାଏ । 

     

    Maximum 500 characters

    ସଂସ୍କୃତି View all

    Find Us on Facebook