Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ସଂସ୍କୃତି

ମୁଖ୍ୟ ଖବର

    ମା’ ଦୁର୍ଗାଙ୍କ ପ୍ରତିମା ପୂଜାର ବିଶେଷତ୍ୱ

    Share on :
    ajab-Image
    Date: Oct 7, 2020    Views: 3456

    ନବରାତ୍ରୀ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମହିଷାସୁର ମର୍ଦିନୀ ସ୍ୱରୂପକୁ ପୂଜା କରାଯାଇଥାଏ  । ମଣ୍ଡପରେ ମା’ ଦୁର୍ଗା ମହିଷାସୁରକୁ ବଧ କରୁଥିବା ପ୍ରତିମା ନିର୍ମାଣ କରାଯାଇଥାଏ  । ମା’ଙ୍କ ପ୍ରତିମା ସହିତ ଅନ୍ୟ ଦେବୀ ଦେବତାଙ୍କ ପ୍ରତିମା ମଧ୍ୟ ମଣ୍ଡପରେ ନିର୍ମାଣ କରାଯାଇଥାଏ  । ଏହି ପ୍ରତିମା ନିର୍ମାଣ କରାଯିବା ପରେ ମା’ଙ୍କ ଏହି ପ୍ରତିମାକୁ ପୂଜା କରାଯାଇଥାଏ  । ଏହି ପୂଜାର ବିଶେଷତ୍ୱ ମଧ୍ୟ ରହିଛି  । ସେହି ବିଷୟରେ ଜାଣିବା  ।

    ଚକ୍ଷୁଦାନ : ଦୁର୍ଗା ପୂଜାରେ ଚକ୍ଷୁଦାନ ପରମ୍ପରା ପୌରାଣିକ କାଳରୁ ଚାଲିଆସୁଛି  । ଚକ୍ଷୁଦାନରେ ମା’ଙ୍କ ଆଖିରେ ଚଢ଼ବା ଦିଆଯାଇଥାଏ  । ପ୍ରତିମା ତିଆରି କରିବା ପାଇଁ ୩ରୁ ୪ ମାସ ଲାଗିଥାଏ  । ଶେଷ ପର୍ଯ୍ୟାୟରେ ମା’ଙ୍କ ଆଖି ତିଆରି କରାଯାଇଥାଏ  । 

    ଅଷ୍ଟମୀର ମହତ୍ୱ : ଅଷ୍ଟମୀ ଦିନ ଅଷ୍ଟମୀ ପୁଷ୍ପାଞ୍ଜଳି ଉତ୍ସବ ପାଳନ କରାଯାଇଥାଏ  । ଏହି ଦିନ ଭକ୍ତମାନେ ମା’ ଦୁର୍ଗାଙ୍କୁ ଫୁଲ ଅର୍ପଣ କରିଥାନ୍ତି  । ଯାହାକୁ ମା’ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ମଧ୍ୟ କୁହାଯାଏ  । ଅଷ୍ଟମୀ ଦିନ ସକାଳେ ମା’ ଦୁର୍ଗାଙ୍କୁ ପୁଷ୍ପ ଅର୍ପଣ କରାଯାଇଥାଏ  ।

    କୁମାରୀ ପୂଜା : କୋଲକତାରେ ପୂଜା ସମୟରେ ଦେବୀ ଦୁର୍ଗାଙ୍କ ପୂଜା ବିଭିନ୍ନ ରୂପରେ ପୂଜା କରାଯାଇଥାଏ  । ଏହି ରୂପରେ ପ୍ରସିଦ୍ଧ ରୂପ ହେଉଛି କୁମାରୀ ରୂପ  । ଏହି ଦିନରେ ଦେବୀଙ୍କ ସାମନାରେ କୁମାରୀ ପୂଜା କରାଯାଇଥାଏ  । ଏହି ଦେବୀଙ୍କ ପୂଜାକୁ ଶୁଦ୍ଧ ଓ ପବିତ୍ର ରୂପରେ ପାଳନ କରାଯାଇଥାଏ  । ଦେବୀଙ୍କ ଏହି ରୂପକୁ ପୂଜା କରିବା ପାଇଁ ୧ ବର୍ଷରୁ ୧୬ ବର୍ଷ ବୟସର କନ୍ୟାଙ୍କ ପୂଜା କରାଯାଇଥାଏ  । 

    ସନ୍ଧ୍ୟା ଆରତୀ : ଦୁର୍ଗାଙ୍କ ପୂଜାରେ ସନ୍ଧ୍ୟା ଆରତୀର ମହତ୍ୱ ରହିଛି  । କଲୋକତାରେ ମା’ଙ୍କ ସନ୍ଧ୍ୟା ଆରତୀ ଦେଖିବା ପାଇଁ ଲୋକ ଦୂର ଦୂରରୁ ଆସିଥାନ୍ତି  । ଏହି ସନ୍ଧ୍ୟା ଆରତୀ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ  । ସଙ୍ଗୀତ, ଶଙ୍ଖ, ଢେ଼ାଲ, ନଗାଡ଼ା, ଘଣ୍ଟି ଓ ନାଚଗୀତରେ ସନ୍ଧ୍ୟା ଆରତୀ କରାଯାଇଥାଏ  ।

    ସିନ୍ଦୂର ଖେଳ : ଦଶମୀ ଦିନ ମହିଳାମାନେ ସିନ୍ଦୂର ଖେଳ ଖେଳିଥାନ୍ତି  । ଏଥିରେ ମହିଳାମାନେ ଜଣେ ଅନ୍ୟ ଜଣଙ୍କୁ ସିନ୍ଦୂର ଲଗାଇଥାନ୍ତି  ।

    ଧୁନୁଚି ନୃତ୍ୟ : ଧୁନୁଚି ନୃତ୍ୟକୁ ଶକ୍ତି ନୃତ୍ୟ ବୋଲି କୁହାଯାଏ  । ବଙ୍ଗଳା ପୂଜାରେ ଏହି ନୃତ୍ୟ ମା’ ଭବାନୀଙ୍କ ଶକ୍ତି ଓ ଉର୍ଜା ବଢ଼ାଇବା ପାଇଁ କରାଯାଇଥାଏ  । ଧୁନୁଚୀରେ ନଡ଼ିଆ ଜଟାକୁ ଧୂଆଁ କରାଯାଇ ମା’ଙ୍କ ଆରତୀ କରାଯାଇଥାଏ  । ଧୁନୁଚୀ ନୃତ୍ୟ ସପ୍ତମୀରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ କରାଯାଇଥାଏ  । 

    ବିଜୟା ଦଶମୀ : ନବରାତ୍ରୀ ଉତ୍ସବର ଶେଷ ଦିନ ଦଶମୀ ହୋଇଥାଏ  । ଏହି ଦିନ ମା’ ଦୁର୍ଗାଙ୍କ ବିସର୍ଜନ କରାଯାଇଥାଏ  । ଏହି ଦିନ ପୂଜା କରୁଥିବା ଲୋକ ଜଣେ ଅନ୍ୟ ଜଣଙ୍କ ଘରକୁ ଯାଇଥାନ୍ତି  । ଶୁଭକାମନା ଓ ମିଠା ବଣ୍ଟନ କରିଥାନ୍ତି  । 

    Maximum 500 characters

    ସଂସ୍କୃତି View all

    Find Us on Facebook