ମୁଖ୍ୟ ଖବର
ନବରାତ୍ରୀ ଉତ୍ସବ ବୈଦିକ ଯୁଗ ପୂର୍ବରୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଆସୁଅଛି । ଏହି ଉତ୍ସବ ପାଳନ ପଛରେ କିଛି ପୌରାଣିକ କଥା ରହିଛି । ଯଦ୍ୱାରା ଆମେ ସେବେ ଠାରୁ ନବରାତ୍ରୀ ଉତ୍ସବକୁ ପାଳନ କରିଆସୁଛୁ ।
କୁହାଯାଏ ଭଗବାନ ରାମ ଭାଇ ଲକ୍ଷ୍ମଣ, ପ୍ରିୟ ଭକ୍ତ ହନୁମାନ ଓ ପୁରା ବାନର ସେନା ରାବଣ ସହ ଯୁଦ୍ଧ କରିବା ପୂର୍ବରୁ ବିଜୟପ୍ରାପ୍ତି ଓ ମା’ ଦୁର୍ଗାଙ୍କ ଆର୍ଶୀବାଦ ପାଇଁ ୯ ଦିନ ପର୍ଯ୍ୟନ୍ତ ମା’ଙ୍କ ପୂଜାଅର୍ଚ୍ଚନା କରିଥିଲେ । ୯ ଦିନ ପୂଜା କରିବା ପରେ ଭଗବାନ ରାମ ୧୦ମ ଦିନ ରାବଣର ସେନା ଉପରେ ଆକ୍ରମଣ କଲେ ଓ ରାବଣର ବଧ କରିଥିଲେ । ସେହିଦିନରୁ ପ୍ରଥମ ୯ ଦିନକୁ ନବରାତ୍ରୀ ରୂପେ ମା’ ଦୁର୍ଗାଙ୍କ ୯ ରୂପକୁ ପୂଜା କରାଯାଇଥାଏ । ୧୦ମ ଦିନ ରାବଣର ବଧ କରାଯାଇଥାଏ । ସେଥିପାଇଁ ଏହାକୁ ଦଶହରା ନାମରେ ପାଳନ କରାଯାଏ । ଦଶହରା ଦିନ ରବଣର ବଧ ହୋଇଥିବାରୁ ଆଜି ବି ଦଶହରା ଦିନ ସାରା ଦେଶରେ ରାବଣର ପୁତ୍ତଳିକାକୁ ଜଳାଯାଇଥାଏ । ପାପ ଉପରେ ପୂର୍ଣ୍ଣ ବିଜୟ ରୂପରେ ଏହି ଉତ୍ସବକୁ ପାଳନ କରାଯାଇଥାଏ ।
ଅନ୍ୟ ଏକ କଥାବସ୍ତୁ ଅନୁଯାୟୀ, ମହିଷାସୁର ନାମ ରାକ୍ଷସ ସୂର୍ଯ୍ୟଦେବ, ଅଗ୍ନିଦେବ, ବାୟୁ ଦେବ, ସ୍ୱର୍ଗର ଦେବତା ଇନ୍ଦ୍ର ଦେବଙ୍କ ସହିତ ସମସ୍ତ ଦେବତାଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ସମସ୍ତ ଅଧିକାର ଛଡ଼ାଇ ନେଇଥିଲା । ଯେହେତୁ ମହିଷାସୁର ଦେବତାଙ୍କ ଉପରେ ବିଜୟ ପାଇବାର ବରଦାନ ପାଇଥିଲା ତେଣୁ ଦେବତାମାନେ କିଛି କରି ପାରିଲେ ନାହିଁ । ତେଣୁ ସମସ୍ତ ଦେବତା ମା’ ଦୁର୍ଗାଙ୍କୁ ସ୍ମରଣ କଲେ । ମହିଷାସୁରର ପ୍ରକୋପରୁ ମୁକ୍ତି ପାଇବା ପାଇଁ ମା’ଙ୍କୁ ପ୍ରାର୍ଥନା କଲେ । ମହିଷାସୁର ସହ ଯୁଦ୍ଧ କରି ତା’ର ବଧ କରିବାକୁ ମା’ଙ୍କୁ ପ୍ରାର୍ଥନା କଲେ । ଦେବତାଙ୍କ ପ୍ରାର୍ଥନା ଶୁଣି ମା’ ଦୁର୍ଗା ମହିଷାସୁର ସହିତ ୯ ଦିନ ପର୍ଯ୍ୟନ୍ତ ଯୁଦ୍ଧ କଲେ ଓ ମହିଷାସୁରର ବଧ କଲେ । ସେହିଦିନରୁ ମା’ ଦୁର୍ଗାଙ୍କୁ ୯ ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥାଏ । ଏହାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଯେପରି ମା’ ଦୁର୍ଗା ମହିଷାସୁରର ବଧ କରିଥିଲେ ସେହିପରି ଆମ ଜୀବନରେ ଥିବା ଖରାପ ଚିନ୍ତାଧାରାକୁ ମାରି ଆମକୁ ଭଲ ରାସ୍ତାରେ ଯିବାକୁ ପ୍ରେରଣା ଓ ଆର୍ଶୀବାଦ ପ୍ରଦାନ କରିବେ ।
Comments ସମସ୍ତ ମତାମତ