Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ସଂସ୍କୃତି

ମୁଖ୍ୟ ଖବର

    ଦଶହରା ପାଳନର ବିଶେଷତ୍ୱ

    Share on :
    ajab-Image
    Date: Oct 7, 2020    Views: 3044

    ହିନ୍ଦୁ ପର୍ବ ପର୍ବାଣୀରେ ଦଶହରା ଏକ ପ୍ରମୁଖ ପର୍ବ  । ପ୍ରଭୁ ଶ୍ରୀରାମ ୯ ଦିନର ଯୁଦ୍ଧ ପରେ ରାକ୍ଷସ ରାଜା ରାବଣକୁ ବଧ କରିଥିଲେ  । ରାବଣଙ୍କ କବଜାରୁ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ  । ଏହି ଦିନରେ ଦେବୀ ଦୁର୍ଗା ମଧ୍ୟ ଅସୁର ରାଜା ମହିଷାସୁରକୁ ମଧ୍ୟ ବଧ କରିଥିଲେ  । ତେଣୁ ଏହାକୁ ବିଜୟାଦଶମୀ ଭାବେ ପାଳନ କରାଯାଇଥାଏ  । କୁହାଯାଏ ପ୍ରଭୁ ଶ୍ରୀରାମ ଦେବୀ ଦୁର୍ଗାଙ୍କୁ ଶକ୍ତି ପାଇଁ ପ୍ରାର୍ଥନା କରିଥିଲେ  । ପ୍ରଭୁ ରାମ ୧୦୮ ପଦ୍ମ ଫୁଲରେ ପ୍ରାର୍ଥନା କରିଥିଲେ  । ସେଥିରେ ଗୋଟିଏ ପଦ୍ମ ଫୁଲକୁ ବାହାର କରିଦିଆଯାଇଥିଲା  । ଯେଉଁଥିରେ ସେ ପ୍ରାର୍ଥନା କରୁଥିଲେ  । ଯେତେବେଳେ ଶ୍ରୀରାମ ପ୍ରାର୍ଥନାର ଶେଷ ପର୍ଯ୍ୟାୟ ପହଞ୍ଚôଲେ ଓ ଅନୁଭବ କଲେ ଗୋଟିଏ ପଦ୍ମ ଫୁଲ ନାହିଁ  । ନିଜର ପ୍ରାର୍ଥନା ପୂର୍ଣ୍ଣ କରିବା ପାଇଁ ପ୍ରଭୁ ରାମ ନିଜ ଆଖିକୁ କାଟିବା ଆରମ୍ଭ କରିଦେଲେ  । କାରଣ ତାଙ୍କ ଆଖି ପଦ୍ମ ଫୁଲ ପରି  । ଏହାଛଡ଼ା ତାଙ୍କର ଅନ୍ୟନାମ କମଳନୟନ  । ଏଥିରେ ଦେବୀ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ରାବଣ ଉପରେ ତାଙ୍କର ବିଜୟ ହେବ ବୋଲି ଆର୍ଶୀବାଦ ଦେଇଥିଲେ  । 

    ଦଶହରା ଏକ ମହତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ  । ଦଶହରା ପର୍ବର ମହତ୍ୱ ତା’ର ଧାର୍ମିକ ମୂଲ୍ୟରେ ରହିଛି  । ଏହା ପାପ ଉପରେ ପୂର୍ଣ୍ଣର ବିଜୟ ହୋଇଥାଏ ବୋଲି ଶିକ୍ଷା ଦେଇଥାଏ  । ରାବଣ ଉପରେ ରାମଙ୍କ ବିଜୟର ସମ୍ମାନ ରୂପରେ ଏହାକୁ ସାରା ଦେଶରେ ପାଳନ କରାଯାଇଥାଏ  । ପଞ୍ଜାବରେ ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ  । ଏହି ସମୟରେ ପଣ୍ଡିତମାନେ ରାମୟଣ କାହାଣୀ ପଢ଼ି ଲୋକଙ୍କୁ ଶୁଣାଇଥାନ୍ତି  । ଏହାକୁ ଲୋକମାନେ ଆଗ୍ରହଣ ସହ ଶୁଣିଥାନ୍ତି  । ଏହି ସମୟରେ ପ୍ରାୟ ସହରରେ ରାଲଲୀଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ  । 

    Maximum 500 characters

    ସଂସ୍କୃତି View all

    Find Us on Facebook