Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ସଂସ୍କୃତି

ମୁଖ୍ୟ ଖବର

    ଦୁର୍ଗା ପୂଜାର ମହତ୍ୱ

    Share on :
    ajab-Image
    Date: Oct 7, 2020    Views: 3369

    ଭାରତରେ ଦୁର୍ଗା ପୂଜାକୁ ଏକ ଧାର୍ମିକ ଉତ୍ସବ ଭାବେ ପାଳନ କରାଯାଇଥାଏ  । ହିନ୍ଦୁ ଧର୍ମର ଲୋକମାନେ ଅତି ଆନନ୍ଦ ଉଲ୍ଲସରେ ଏହାକୁ ପାଳନ କରିଥାନ୍ତି  । ଏହି ପୂଜାକୁ ୯ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ  । କିନ୍ତୁ କିଛି ଲୋକ ଏହାକୁ ୫ କିମ୍ବା ୭ ଦିନ ଧରି ପାଳନ କରିଥାନ୍ତି  । ମା’ ଦୁର୍ଗାଙ୍କ ମୂର୍ତ୍ତି ପୂଜା ଷଷ୍ଠୀରୁ ଆରମ୍ଭ ହୋଇଥାଏ ଓ ଦଶମୀରେ ମା’ଙ୍କୁ ବିସର୍ଜନ ଦିଆଯାଇଥାଏ  । ଦୁର୍ଗା ପୂଜାକୁ ଦୁର୍ଗା ଉତ୍ସବ ତଥା ନବରାତ୍ରି ଉତ୍ସବ ମଧ୍ୟ କୁହାଯାଏ  । ଏହି ଉତ୍ସବକୁ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ମଣିପୁର, ଆସାମ ଓ ତ୍ରିପୁରାରେ ଧୁମଧାମରେ ପାଳନ କରାଯାଇଥାଏ  । ଏହାଛଡ଼ା ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ, ପଞ୍ଜାବ, ମହାରାଷ୍ଟ୍ରରେ ଏହି ଉତ୍ସବକୁ ନବରାତ୍ରି ପୂଜା ଭାବେ ପାଳନ କରାଯାଇଥାଏ  । ଦୁର୍ଗା ପୂଜା ତଥା ନବରାତ୍ରି ପୂଜା ବର୍ଷରେ ଦୁଇଥର ପାଳନ କରାଯାଇଥାଏ  । ଚୈତ୍ର ଓ ଆଶ୍ୱିନ ମାସରେ ଏହି ପୂଜା ପାଳନ କରାଯାଇଥାଏ  । 

    ପୂଜାର ମହତ୍ୱ : ହିନ୍ଦୁ ଧର୍ମରେ ଦୁର୍ଗା ପୂଜା ଏକ ମହତ୍ୱପୂର୍ଣ୍ଣ ପର୍ବ  । ଯାହାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାଂସାରିକ ମହତ୍ୱ ରହିଛି  । ଏହି ପୂଜା ଷଷ୍ଠୀରୁ ଆରମ୍ଭ ହୋଇ ଦଶମୀରେ ଶେଷ ହୋଇଥାଏ  । ଏହି ଦିନରେ ସମସ୍ତ ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଥାଏ  । କିଛି ଲୋକ ନିଜ ଘରେ ମା’ ଦୁର୍ଗାଙ୍କ ପୂଜା ଓ ଉପବାସ କରିଥାନ୍ତି  । ଏହି ଦୁର୍ଗା ପୂଜା ରୂପରେ ଆମେ ନାରୀ ଶକ୍ତିର ପୂଜା କରିଥାନ୍ତି  । କେତେକ ସ୍ଥାନରେ ଏହି ପର୍ବରେ ମେଲଣ ଓ ବଜାର ଲଗାଯାଇଥାଏ  । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ ପୂଜାକୁ ଶୃଙ୍ଖଳିତ ରୂପେ ପାଳନ କରାଯିବ  ।

    କୁହାଯାଏ ମା’ ଦୁର୍ଗା ଏହି ଦିନ ଅସୁର ରାଜ ମହିଷାସୁରର ବଧ କରିଥିଲେ  । ଯିଏ ଭଗବାନ ବ୍ରହ୍ମାଙ୍କ ବରଦାନ ପାଇ ଶକ୍ତିଶାଳୀ ହୋଇଯାଇଥିଲା  । ବ୍ରହ୍ମାଜୀ ମହିଷାସୁରକୁ ବରଦାନ ଦେିଥିଲେ କୌଣସି ଦେବତା କିମ୍ବା ଅସୁର ତା’ ଉପରେ ବିଜୟ ପାଇ ପାରିବେ ନାହିଁ  । ବରଦାନ ପାଇ ସେ ସ୍ୱର୍ଗପୁରରେ ଦେବତାଙ୍କ ହଇରାଣ କରିବାକୁ ଲାଗିଲା  । ପୃଥିବୀ ଉପରେ ମଧ୍ୟ ଆତଙ୍କ ଖେଳାଇଲା  । ଏକଦା ମହିଷାସୁର ସ୍ୱର୍ଗପୁର ଉପରେ ଆକ୍ରମଣ କଲା ଓ ଭଗବାନ ଇନ୍ଦ୍ରଙ୍କୁ ପରାସ୍ତ କରି ସ୍ୱର୍ଗପୁରକୁ ନିଜ କବଜାକୁ ନେଇଗଲା  । ଶେଷରେ ସମସ୍ତ ଦେବତା ପ୍ରଭୁ ବ୍ରହ୍ମା, ବିଷ୍ଣୁ ଓ ମହେଶରଙ୍କ ସରଣ ପଶିଲେ  । ପରେ ସମସ୍ତ ଦେବତା ଏକଜୁଟ ହୋଇ ମହିଷାସୁରକୁ ବଧ କରିବା ପାଇଁ ଯୁଦ୍ଧ କଲେ  । ହେଲେ ଦେବତାମାନେ ହାରିଗଲେ  । ଅନ୍ୟ ଉପାୟ ନପାଇ ଦେବତାମାନେ ଦେବୀ ଦୁର୍ଗାଙ୍କୁ ଆବହନ କଲେ  । ଯାହାଙ୍କଚ ଶକ୍ତି ଓ ପାର୍ବତୀ ବୋଲି କୁହାଯାଏ  । ଦେବୀ ଦୁର୍ଗା ମହିଷାସୁର ଉପରେ ଆକ୍ରମଣ କଲେ  । ଏହି ଯୁଦ୍ଧ ୯ ଦିନ ପର୍ଯ୍ୟନ୍ତ ଚାଲିଥିଲା  । ୧୦ ଦିନରେ ମା’ ଦୁର୍ଗା ମହିଷାସୁରଣ ବଧ କରିଥିଲେ  । ଏହି ଉପଲକ୍ଷରେ ହିନ୍ଦୁ ଧର୍ମରେ ମା’ ଦୁର୍ଗାଙ୍କ ପୂଜା କରାଯାଇଥାଏ  । ୧୦ମ ଦିନକୁ ବିଜୟାଦଶମୀ ନାମରେ ପାଳନ କରାଯାଇଥାଏ  ।

    ଶକ୍ତି ପାଇବା ପାଇଁ ବିଶେଷ ରୂପରେ ଦୁର୍ଗା ପୂଜା ପାଳନ କରାଯାଇଥାଏ  । ଯଦ୍ୱାରା ପୃଧିବୀ ପୃଷ୍ଠରୁ ପାପକୁ ବିନାଶ କରି ହେବ  । ଲୋକଙ୍କ ବିଶ୍ୱାସ ଅଛି ମା’ ଦୁର୍ଗାଙ୍କ ପୂଜା କଲେ ମା’ଙ୍କ ଆର୍ଶୀବାଦପ୍ରାପ୍ତ ହେବ  । ହିନ୍ଦୁ ଧର୍ମରେ ସମସ୍ତ ପୂଜା ଓ ପାର୍ବଣ ପଛରେ ସାମାଜିକ କାରଣ ରହିଛି  । ଦୁର୍ଗା ପୂଜା ଏପରି ଏକ ଉତ୍ସବ ଯଦ୍ୱାରା ଜୀବନରେ ଉତ୍ସାହ ଓ ସକରାତ୍ମକ ଉର୍ଜ ଭରି ଦିଏ  । 

    Maximum 500 characters

    ସଂସ୍କୃତି View all

    Find Us on Facebook