ମୁଖ୍ୟ ଖବର
କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲେ ମୂର୍ତ୍ତିର ଉଚ୍ଚତା କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ସମ୍ପର୍କରେ ପୂଜା କମିଟି ଡିସିପିଙ୍କୁ ଜଣାଇବେ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ । ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ । କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ । ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିବେ, ସେତିକି ରଖିବେ ।
ପ୍ରକାଶ ଯେ, କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା ପାଇଁ ଗାଇଡଲାଇନ ଜାରି କରିଥିଲେ । ସେଥିରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ଯାହାକୁ ବିରୋଧ କରି ପୂଜା କମିଟିଗୁଡ଼ିକ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।
Comments ସମସ୍ତ ମତାମତ