ମୁଖ୍ୟ ଖବର
କଟକ: ପୁଣି କଟକ ଜିଲ୍ଲା ଜଗତପୁରରେ ନକଲି ସିମେଂଟ କାରଖାନା ଠାବ କରାଯାଇଛି । ଜଗତପୁର ଅଚଂଳରେ ଏକ ଗୋଦାମରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ନକଲି ସିମେଂଟ ଜଗତପୁର ପୋଲିସ ଠାବ କରିଛି । ନାମୀଦାମୀ ବ୍ରାଣ୍ଡର ବସ୍ତାରେ ନକଲି ସିମେଂଟ ବିକ୍ରି ହେଉଥିଲା । ଏଥିରେ ବିଭିନ୍ନ ବ୍ରାଣ୍ଡର ଖରାପ ହୋଇଯାଇଥିବା ସିମେଂଟକୁ ମିଶ୍ରଣ କରାଯାଇ ସିମେଂଟ ପ୍ରସ୍ତୁତ ହେଉଥିଲା । ପୋଲିସ ଖବର ପାଇ ଉକ୍ତ ସିମେଂଟ କାରଖାନା ଉପରେ ଚଢ଼ଉ କରି ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ କାରଖାନା ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Comments ସମସ୍ତ ମତାମତ