Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଡ୍ରୋନ ଜରିଆରେ ଖଣି ମ୍ୟାପିଂ

    Share on :
    ajab-Image
    Date: Nov 1, 2019    Views: 257

    ଭୁବନେଶ୍ୱର: ଖଣି ଉପରେ ନଜର ରଖିବା ଲାଗି ଡ୍ରୋନ୍ ଜରିଆରେ ସେଗୁଡ଼ିକର ମ୍ୟାପିଂ କରାଯାଉଛି । ଉପଗ୍ରହ ଚିତ୍ର ତୁଳନାରେ ଡ୍ରୋନରେ ଉଠାଯାଉଥିବା ଚିତ୍ର ଅଧିକ ସ୍ପଷ୍ଟ ରହୁଛି । ଖଣିର ଥି୍ରଡି ଛବି ଡ୍ରୋନ ଉଠାଇପାରୁଛି । ଏହା ଦ୍ୱାରା କେଉଁ ଅଞ୍ଚଳରେ କେତେ ଗଭୀର ପର୍ଯ୍ୟନ୍ତ ଖଣି ଖୋଳା ହୋଇଛି ତାହାର ସଠିକ ତଥ୍ୟ ମିଳିପାରୁଛି । ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଡ୍ରୋନରେ ଖଣିଗୁଡ଼ିକର ମ୍ୟାପିଂ କରାଯାଇଛି । ଆରଭ ଅନମ୍ୟାନଡ ସିଷ୍ଟମସ ପ୍ରାଇଭେଟ ଲିମିଟେଡ (ଏୟୁଏସ) ନାମକ ଏକ ଷ୍ଟାର୍ଟ ଅପ ସଂସ୍ଥା ଭାରତକୁ ନୂଆ ପ୍ରଯୁକ୍ତି ଆଣିଛି । ଏହା ବିଭିନ୍ନ ରାଜ୍ୟରେ ଖଣି ବିଭାଗ ସହିତ ମିଶି ଡ୍ରୋନ ମାଧ୍ୟମରେ ଖଣିର ମ୍ୟାପିଂ କରୁଛି । ଏହାର ସହ ପ୍ରତିଷ୍ଠାତା ଓ ସିଇଓ ବିପୁଲ ସିଂହ କହିଛନ୍ତି, ଉପଗ୍ରହ ଜରିଆରେ ଖଣିର ନିଆଯାଉଥିବା ଚିତ୍ର ୬୦% ସଠିକ ରହୁଛି । ମାତ୍ର ଡ୍ରୋନର ଥି୍ରଡି ଚିତ୍ର ୯୮.୯୯% ସଠିକ ରହୁଛି । ଡ୍ରୋନ ଫଟୋର ରିଜଲୁ୍ୟସନ ହେଉଛି ୨ ସେମି./ପିକ୍ସେଲ  । ଶ୍ରୀ ସିଂହ କହିଛନ୍ତି ଓଡ଼ିଶା ଭଳି ରାଜ୍ୟରେ ଡ୍ରୋନ ଜରିଆରେ ଖଣିଗୁଡ଼ିକର ମ୍ୟାପି ପାଇଁ ୧୦୦-୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ସରକାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।
    ଏୟୁଏସ ନିଜର ଡ୍ରୋନ ପ୍ରଯୁକ୍ତିକୁ ଓଡ଼ିଶାରେ ଖଣି ମ୍ୟାପିଂ ଲାଗି ବ୍ୟବହାର କରିବାକୁ ଚାହୁଁଛି । ମେ’ଫେୟାରରେ ଆୟୋଜନ କରାଯାଇଥିବା ଇଣ୍ଡିଆନ ମାଇନିଂ କନକ୍ଲେଭ ୨୦୧୯ ରେ କମ୍ପାନୀ ଏହାର ଉପôାଦ ଏବଂ ପ୍ରଯୁକ୍ତିକୁ ପ୍ରଦର୍ଶିତ କରିଛି । ଓଡ଼ିଶାରେ ଏହି କମ୍ପାନୀ ଖଣିର ମ୍ୟାପିଂ ବ୍ୟତୀତ ଜଳସେଚନ, ଜଳ ବିଭାଜିକା ପ୍ରକଳ୍ପ ପରିଚାଳନା ସହରାଞ୍ଚଳ ପାଇଁ ଯୋଜନା ପ୍ରସ୍ତୁତି, ସ୍ମାର୍ଟ ସିଟି ସମ୍ପତ୍ତି ଟିକସ ଆଦାୟ ଆଦି କ୍ଷେତ୍ରରେ ନିଜର ପ୍ରଯୁକ୍ତିକୁ ବ୍ୟବହାର କରିବାକୁ ଚାହୁଁଛି । 

    Maximum 500 characters

    ବିଶେଷ View all

    Find Us on Facebook