ମୁଖ୍ୟ ଖବର
ଭୁବନେଶ୍ୱର: ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଳି ଏଣିକି ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ୟୁନିଫର୍ମ ପିନ୍ଧିବେ । ଦୁଇ ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ବରିଷ୍ଠ ବିଭାଗୀୟ ଅଧିକାରୀଙ୍କୁ ନେଇ ବସିଥିବା ଏହି ବୈଠକ ନିଷ୍ପତ୍ତି କେବେଠାରୁ କାର୍ଯ୍ୟକାରୀ ହେବ ସେ ନେଇ ଖୁବ୍ ଶୀଘ୍ର ଘୋଷଣା ହେବ । ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସକୋର୍ଡ ଲାଗୁ କରିଛନ୍ତି । ଏହା ଦ୍ୱାରା ଶିକ୍ଷାନୁଷ୍ଠାନ ପରିସରରେ ଶୃଙ୍ଖଳା ବଜାୟ ରହିଛି । ଇତି ମଧ୍ୟରେ ଯୁକ୍ତଦୁଇ ଶ୍ରେଣୀ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନକୁ ଆସିଛି । ଖୁବ ଶୀଘ୍ର ବିଭିନ୍ନ ହାଇସ୍କୁଲରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ ହେବ । ପୂର୍ବରୁ କଲେଜ ଛାତ୍ରଛାତ୍ରୀମାନେ ୟୁନିଫର୍ମ ପିନ୍ଧି ଆସୁଥିବା ବେଳେ ଏଣିକି ଅଧ୍ୟାପକ ଓ ଅଧ୍ୟାପିକାମାନେ ୟୁନିଫର୍ମରେ ପାଠପଢ଼ାଇବାକୁ ଆସିବେ । ନିକଟରେ ଅଧ୍ୟାପକମାନଙ୍କ ଉପସ୍ଥାନ ବୃଦ୍ଧି ସହିତ ଶିକ୍ଷାଦାନକୁ ତ୍ୱରାନ୍ୱିତ କରିବା ପାଇଁ ବାୟୋମେଟି୍ରକ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ଡ୍ରେସକୋର୍ଡ ଲାଗୁ ହେଲେ ଶିକ୍ଷାନୁଷ୍ଠାନ ପରିସର ଅଧିକ ଶୃଙ୍ଖଳିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
Comments ସମସ୍ତ ମତାମତ