ମୁଖ୍ୟ ଖବର
କରୋନା ଦିନକୁ ଦିନ ନିଜର କାୟା ମେଲେଇ ଚାଲିଛି । କିଛି ଜିନିଷକୁ ଛୁଇଁଲେ ବି କରୋନା ସଂକ୍ରମଣର ଭୟ ଓ ଆଶଙ୍କା ଅଧିକ ଥିବାରୁ କାଗଜ ନୋଟ୍ ଟେଲିଫୋନ୍ ଏବଂ ଲାପଟପ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକୁ କିପରି ଓଦା ନକରି ଭୂତାଣୁ ରହିତ କରିହେବ ତାହାହିଁ ଚିନ୍ତାର କାରଣ ହୋଇ ରହିଛି । ତେବେ ଏହାର ସମାଧାନ ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ (ଡିଆରଡିଓ) ଏକ ଯନ୍ତ୍ରର ବିକାଶ କରିଛି । ହଇଦ୍ରାବାଦ୍ ସ୍ଥିତ ଡିଆରଡିଓର ପ୍ରମୁଖ ବିଜ୍ଞାନାଗାର ଦ୍ୱାରା ଏକ ସ୍ପର୍ଷରହିତ ଅତିବାଇଗଣୀ ରଶ୍ମି ଜୀବାଣୁ ମୁକ୍ତକାରୀ ଯନ୍ତ୍ର ବିକଶିତ ହୋଇଛି । ଡ୍ରଭ୍ସ ନାମକ ଏହି ବାକ୍ସରେ ମୋବାଇଲ୍ ଫୋନ୍, ଆଇପଡ୍,ଲାପଟପ, କାଗଜ ଟଙ୍କା, ବ୍ୟାଙ୍କ୍ ଚେକ୍, ଚାଲାଣ, ଜମାଖାତା, କାଗଜ ଓ ଲଫାପା ଆଦିକୁ ତକ୍ରାଳ ଜୀବାଣୁ ମୁକ୍ତ କରିହେବ । ବର୍ତ୍ତମାନ୍ ଏହାର ମୂଲ୍ୟ ୫୫ହଜାର ଟଙ୍କା ଥିବାବେଳେ ପରେ ଏହାର ମୂଲ୍ୟ କମାଇବାକୁ ଉଦ୍ୟମ ଚାଲିଛି ।
Comments ସମସ୍ତ ମତାମତ