Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଡକ୍ଟର ରାଧାକ୍ରିଷ୍ଣନଙ୍କ ବିଷୟରେ କିଛି ଅଜଣା କଥା

    Share on :
    ajab-Image
    Date: Sep 3, 2020    Views: 2627

    ଦେଶର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ  । ଦେଶ ବିଦେଶରେ ଅନେକ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପନା କରିଥିବା ଶ୍ରୀ ରାଧାକୃଷ୍ଣନ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ  । ତେବେ ତାଙ୍କ ବିଷୟରେ ଏପରି କିଛି କଥା ଅଛି ଯାହା ଆମକୁ ଜଣା ନାହିଁ  । ତେବେ ଜାଣିବା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ବିଷୟରେ  ।
    ସର୍ବପଲ୍ଲୀ ରାଧାକୃଷ୍ଣନ ମାତ୍ର ୧୬ ବର୍ଷ ବୟସରେ ତାଙ୍କର ଦୂର ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ  । ତାଙ୍କର ୫ ଜଣ ଝିଅ ଓ ଜଣେ ପୁଅ ଥିଲେ  । ରାଧାକୃଷ୍ଣନ ଇଂରାଜୀ ଶିଖନ୍ତୁ ବୋଲି ତାଙ୍କ ବାପା ଚାହୁଁ ନଥିଲେ  । ସେ ଚାହୁଁଥିଲେ ତାଙ୍କ ପୁଅ ଜଣେ ପଣ୍ଡିତ ବା ପୂଜକ ହୁଅନ୍ତୁ  । ସେ ବହୁତ ସାଧାରଣ ଓ ବିନମ୍ର ସ୍ୱଭାବର ପିଲା ଥିଲେ  । ସର୍ବପଲ୍ଲୀ ରାଧାକୃଷ୍ଣନୟଙ୍କୁ ତାଙ୍କ ଛାତ୍ରମାନେ ବହୁତ ଭଲ ପାଉଥିଲେ  । ସେ ଯେତେବେଳେ ମୈସୋର ବିଶ୍ୱ ବିଦ୍ୟାଳୟରୁ ଅବ୍ୟାହିତ ନେଇ କୋଲକାତା ବିଶ୍ୱ ବିଦ୍ୟାଳୟକୁ ଗଲେ ଛାତ୍ରମାନେ ତାଙ୍କ ପାଇଁ ଏକ ଫୁଲରେ ସଜା ହୋଇଥିବା ଗାଡ଼ିର ବ୍ୟବସ୍ଥା କରିଥିଲେ  । ସେମାନେ ଏହି ଗାଡ଼ିଟିକୁ ଟାଣି ଟାଣି ରେଲୱେବ ଷ୍ଟେସନ ପର୍ଯ୍ୟନ୍ତ ନେଇଥିଲେ  । ଭାରତର ରାଷ୍ଟ୍ରପତି ହେବା ପରେ ସେ ତାଙ୍କ ପାରିଶ୍ରମିକରୁ ମାତ୍ର ୨୫୦୦ ଟଙ୍କା ନେଉଥିଲେ  । ବଳକା ଟଙ୍କା ସେ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରୁଥିଲେ  । 
    ତେବେ ରାଧାକୃଷ୍ଣନଙ୍କ ସମ୍ପର୍କରେ ଏକ ରୋଚକ କଥା ରହିଛି, ଯାହାକୁ ଖୁବ କମ ଲୋକ ଜାଣିଛନ୍ତି  । ଥରେ ସେ ଚୀନ ପରିଭ୍ରମଣରେ ଯାଇଥିଲେ  । ସେଠାରେ ସେ କ୍ରାନ୍ତିକାରୀ ନେତା ତଥା ଶାସକ ମାଓ ଜେଡ଼ଙ୍ଗଙ୍କୁ ସାକ୍ଷାତ କରିଥିଲେ  । ଏହି ସାକ୍ଷାତ ବେଳେ ସେ ମାଓଙ୍କ ଗାଲକୁ ସ୍ନେହରେ ଥାପୁଡାଇ ଦେଇଥିଲେ  । ତାଙ୍କର ଏଭଳି ବ୍ୟବହାରରେ ମାଓ ଓ ଉପସ୍ଥିତ ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ତେବେ ରାଧାକୃଷ୍ଣନ ପୂର୍ବରୁ ଷ୍ଟାଲିନ ଓ ପୋପଙ୍କ ସହିତ ମଧ୍ୟ ଏମିତି କରିଥିବା କହି ସମସ୍ତଙ୍କ ମନ ଜିତି ନେଇଥିଲେ  । ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ରାଷ୍ଟ୍ରପତି ଥିବାବେଳେ ସପ୍ତାହରେ ଦୁଇ ଦିନ ଯେକୌଣସି ବ୍ୟକ୍ତି ତାଙ୍କୁ ଭେଟି ପାରିବେ ବୋଲି ନିଷ୍ପତ୍ତି ନେଇଥିଲେ  । ଏହିପରି ଭାବରେ ସେ ରାଷ୍ଟ୍ରପତି ଭବନକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରଖୁଥିଲେ  । 

    Maximum 500 characters

    କଳା View all

    Find Us on Facebook