ମୁଖ୍ୟ ଖବର
ଭୁବନେଶ୍ୱର: ଦୂରଦର୍ଶନରେ ଆଜିଠାରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରସାରଣ ହୋଇଛି । ପୂର୍ବାହ୍ନ ୧୦ ଟାରୁ ୧୧ଟା ଯାଏଁ ଏକ ଘଣ୍ଟା ଧରି ଭିଡିଓ ପ୍ରସାରିତ କରାଯାଉଛି । ୨୫ ତାରିଖ ପର୍ଯ୍ୟନ୍ତ କେଉଁ ଦିନ କ’ଣ ପଢ଼ାଯିବ ତାହାର ସୂଚନା ଦିଆଯାଇଛି । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରସାରଣ ଦେଖିବାକୁ ଅଧ୍ୟକ୍ଷମାନେ ସେମାନଙ୍କୁ ସୂଚିତ କରିବେ । ଏ ନେଇ ସମସ୍ତ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ । ବର୍ତ୍ତମାନ ସ୍ଥିତିରେ ସ୍କୁଲ ଓ କଲେଜ ଖୋଲିବା ଅନିଶ୍ଚିତତା ମଧ୍ୟରେ ରହିଛି । ଏହାକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା ହୋଇଛି । ୧୭ ଓ ୧୮ ତାରିଖ ରସାୟନ ବିଜ୍ଞାନ (କେମେଷ୍ଟି୍ର) ପଢ଼ାଯିବ । ୨୧ ଓ ୨୨ ତାରିଖ ଗଣିତ, ୨୩ ବାଣିଜ୍ୟ, ୨୪ ଓ ୨୫ ତାରିଖରେ ଗଣିତ ଶିକ୍ଷାଦାନ ଦିଆଯିବ । ପାଠପଢ଼ା ସମ୍ବଳିତ ଭିଡିଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ଓ ଦୂରଦର୍ଶନ ୟୁଟୁ୍ୟବ ଚାନେଲରେ ଉପଲବ୍ଧ ହେବ ।
Comments ସମସ୍ତ ମତାମତ