Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଡାକ୍ତରଙ୍କ ଅବସର ବୟସ ୬୫କୁ ବୃଦ୍ଧି

    Share on :
    ajab-Image
    Date: Jul 22, 2020    Views: 3410

    ଭୁବନେଶ୍ୱର: ରାଜ୍ୟରେ କରୋନା ଲଢେ଼ଇକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ନିଷ୍ପତ୍ତି । କରୋନା ପରିଚାଳନାରେ ଆଗଧାଡ଼ିର ଯୋଦ୍ଧା ଭାବେ ଡାକ୍ତରମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେଣୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କ ଅବସର ବୟସ ସୀମାକୁ ୬୨ ରୁ ୬୫କୁ ବୃଦ୍ଧି କରାଯାଇଛି । ଏହାଛଡ଼ା କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜଧାନୀରେ ଆଉ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବ । କଟକ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲରେ ଅତିରିକ୍ତ ୯୨୫ ଶଯ୍ୟା ବୃଦ୍ଧି କରାଯିବା ସହ କଟକ ଏସସିବିରେ ମଲିକୁ୍ୟଲାର ଜେନମ ଲାବର ଉନ୍ନତୀକରଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଖୋର୍ଦ୍ଧା-କଟକ ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

    ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଡାକ୍ତରମାନଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଓଏମଏଚଏସ କ୍ୟାଡରର ଡାକ୍ତରମାନଙ୍କର ଅବସର ବୟସକୁ ୩ ବର୍ଷ ବଢ଼ାଇଛନ୍ତି । ୬୨ ବଦଳରେ ସେମାନେ ୬୫ ବର୍ଷରେ ଅବସର ଗ୍ରହଣ କରିବେ । ଏହାଛଡ଼ା ଶ୍ରମ ଓ ରାଜ୍ୟ ବୀମା ଅଧୀନରେ କାମ କରୁଥିବା ଏଲୋପ୍ୟାଥିକ ଇନସୁ୍ୟରାନ୍ସ ମେଡିକାଲ ଅଫିସଙ୍କ ଅବସର ବୟସ ସୀମା ମଧ୍ୟ ୬୫କୁ ବୃଦ୍ଧି କରାଯାଇଛି । ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ି ଚାଲିଛି । ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ କରୋନା ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଜ ରଣକୌଶଳ ବଦଳାଇଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook