Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୨୧ ଦିନରେ ଡିଜେଲ ୧୧ ଟଙ୍କା ମହଙ୍ଗା

    Share on :
    ajab-Image
    Date: Jun 29, 2020    Views: 2757

    ନୂଆଦିଲ୍ଲୀ: ଦୀର୍ଘ ୨୧ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଧାରାରେ ବ୍ରେକ ଲାଗିଛି । ଚଳିତ ମାସ ୭ ରୁ ଏହି ଦରବୃଦ୍ଧି ଆରମ୍ଭ ହୋଇଥିଲା । ବିଗତ ତିନି ସପ୍ତାହ ଭିତରେ ପେଟ୍ରୋଲର ଲିଟର ପିଛା ୯ ଟଙ୍କା ୧୨ ପଇସା ଓ ଡିଜେଲ ଦାମ ୧୧ ଟଙ୍କା ଏକ ପଇସା ବଢ଼ିଥିଲା । ରବିବାର ପେଟ୍ରୋଲ ଦର ୨୧ ପଇସା ଓ ଡିଜେଲ ୨୫ ପଇସା ବଢ଼ିଥିଲା । ଗତ ୨୧ ଦିନ ମଧ୍ୟରେ ପ୍ରତିଦିନ ଡିଜେଲ ଦାମ ବଢ଼ିଥିଲା । କିନ୍ତୁ ପେଟ୍ରୋଲ ଦାମ ୨୦ ଦିନ ବଢ଼ିଛି । ମଝିରେ ଗୋଟିଏ ଦିନ ପେଟ୍ରେରାଲ ଦର ଅପରିବର୍ତ୍ତିତ ରହିଥିଲା । ଗତ ମାର୍ଚ୍ଚ ୨୫ ରୁ ଦେଶ ଲକଡାଉନ ହେବା ପରେ ଦୀର୍ଘ ୮୨ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ଥିଲା । ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ ୨୦ ଡଲାର ଭଳି ନିମ୍ନ ସ୍ତରକୁ ଖସି ଆସିଥିଲା । ଅଶୋଧିତ ତେଲକୁ ବିଶୋଧନ କରି ସେଥିରୁ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ସାମଗ୍ରୀ ଉପôାଦନ କରାଯାଉଛି । ଏହି ତେଲର ଦାମ ହ୍ରାସ ପାଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦାମ ଯେଉଁ ହାରରେ କମିବା କଥା କମି ନଥିଲା । ଓଲଟା ଶସ୍ତା ଅଶୋଧିତ ତେଲ ଯୋଗୁଁ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ତାହାର ଲାଭ ନେବା ଲାଗି କେନ୍ଦ୍ର ସରକାର ଦୁଇ ଥରରେ ପେଟ୍ରୋଲ ଉପରେ ୧୩ ଟଙ୍କା ଓ ଡିଜେଲ ଉପରେ ୧୨ ଟଙ୍କାର ଟିକସ ବଢ଼ାଇ ଦେଇ୍ଥିଲେ । ଫଳରେ ତେଲର ଖୁଚୁରା ଦାମରେ ଟିକସର ଭାଗ ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

    Maximum 500 characters

    ବିଶେଷ View all

    Find Us on Facebook