Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ବିଶେଷ

ମୁଖ୍ୟ ଖବର

    ପଥର କୋରଡ଼ରୁ ବାହାରୁଛି ଡିଜେଲ! ବାଲଟିରେ ବୋହି ନେଉଛନ୍ତି ଲୋକେ

    Share on :
    ajab-Image
    Date: Feb 9, 2020    Views: 2995

    ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନିକଟରେ ଥିବା ଏକ ପଥରମୁଣ୍ଡିଆ କୋରଡ଼ରୁ ଡିଜେଲ ଝରିବା ଘଟଣା ଚରିଆଡେ଼ ଚର୍ଚ୍ଚାର ବିଷୟ ହୋଇଛି । ପେଟ୍ରାଲ ପମ୍ପଠାରୁ ଏହି ସ୍ଥାନଟି ପ୍ରାୟ ୪ଶହ ମିଟର ଦୂର ଡଲାବାଡ଼ି -ପରପଙ୍କା ରାସ୍ତା ପାଶ୍ୱର୍ରେ ଥିବା ଦୈତାରୀ ପଡ୍ରାଙ୍କ ଜମି ହୁଡ଼ାକୁ ଲାଗିଥିବା ପଥରମୁଣ୍ଡିଆ । ଏହାର କୋରଡ଼ରୁ ଡିଜେଲ ବାହାରୁଥିବା ନେଇ ଗତକାଲି ସନ୍ଧ୍ୟାରୁ ଚର୍ଚ୍ଚା ଧରିଥିଲା । ଏହି ଖବର ପ୍ରଚାର ହେବା ପରେ ସେହି ଅଞ୍ଚଳରେ କିଛି ଲାକ କିଏ ବାଲଟି ଓ କିଏ ବୋତଲ ଧରି ପଥର କୋରଡ଼ରୁ ଡଙ୍କି ଆଉ ଗ୍ଲାସରେ ଡିଜେଲ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏହା ଦେଖିବା ପାଇଁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ମଧ୍ୟ ସତ୍ୟତା ଜାଣିବା ପାଇଁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ତଦନ୍ତରୁ ଜଣାପଡ଼ିଛି ଯେ, ଏହା ପ୍ରକୃତରେ ପଥର କୋରଡ଼ରୁ ପେଟ୍ରୋଲ ଭଳି କିଛି ଇନ୍ଧନ ବାହାରୁଛି । ହେଲେ ଏହା କେଉଁଠାରୁ ବାହାରୁଛି, ତାହା ସ୍ପଷ୍ଟ ହୋଇନାହିଁ । ୪ଶହ ମିଟର ଦୂରରେ ପେଟ୍ରାଲ ଓ ଡିଜେଲ ଟାଙ୍କି ରହିଥିବାରୁ ସେଥିରୁ ଲିକ୍ ହୋଇ ଏହା ବାହାରୁଥିବା ସନେ୍ଦହ ସୃଷ୍ଟି ହୋଇଛି । ହେଲେ ପେଟ୍ରୋଲ ପମ୍ପ ମାଲିକ ଏଭଳି ଲିକେଜ ଆଶଙ୍କାକୁ ଖଣ୍ଡନ କରିଛନ୍ତି । ତେଣୁ ପଥର କୋରଡ଼ରୁ ବାହାରୁଥିବା ଡିଜେଲ କେଉଁଠୁ ଆସୁଛି ଏହାର ପ୍ରକୃତ ରହସ୍ୟ ଜଣା ପଡ଼ିନାହିଁ ।

    Maximum 500 characters

    ବିଶେଷ View all

    Find Us on Facebook